ରାଜ୍ୟରେ ୬ କୋଟି ଛୁଇଁଲା କୋଭିଡ୍‌ ଟିକାକରଣ

add-all

ଭୁବନେଶ୍ୱର : କୋଭିଡ ଟିକାକରଣରେ ଓଡ଼ିଶାର ଆଉ ଏକ ମାଇଲଖୁଣ୍ଟ। ରାଜ୍ୟରେ ୬କୋଟି ଡୋଜ ଛୁଇଁଲା କୋଭିଡ ଟିକାକରଣ। କୋଭିଡ ବିରୋଧୀ ଯୁଦ୍ଧରେ ଏହା ଏକ ବଡ଼ ସଫଳତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱାସ୍ଥ୍ୟକର୍ମୀଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ପାଇଁ ଏହି ସଫଳତା ମିଳିପାରିଛି। ଏହାଦ୍ୱାରା ବହୁ ଅମୂଲ୍ୟ ଜୀବନ ବଞ୍ଚିପାରିଛି ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.