ନକଲି ଡାକ୍ତରକୁ ରିମାଣ୍ଡ ପାଇଁ ଆବେଦନ କଲା ପୁଲିସ

add-all

ଭୁବନେଶ୍ବର: ବହୁୁଚର୍ଚ୍ଚିତ ରାଜଧାନୀ ଭୁବନେଶ୍ବରରେ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ଗିରଫ ଘଟଣାରେ କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଅଧିକ ତଦନ୍ତ କରୁଛି। ଟିମ୍‌ରେ ମହିଳା ଥାନା, ସାଇବର ସେଲ, ଆଣ୍ଟି ଫ୍ରର୍ଡ ସେଲକୁ ନେଇ ଏହି ଟିମ୍‌ ଗଠିତ ହୋଇଛି। ଠକ ଡାକ୍ତର ରମେଶ ସ୍ବାଇଁ ସମ୍ପର୍କରେ ପୁଲିସକୁ ଅନେକ ତଥ୍ୟ ମିଳିଛି। ତେଣୁ ପୁଲିସ ରମେଶକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି। ଅଭିଯୁକ୍ତ ରମେଶ ୩୦ ବର୍ଷ ଭିତରେ କେଉଁଠି ରହୁଥିଲେ ଓ କାହାକାହା ସମ୍ପର୍କରେ ଆସିଥିଲେ ସେନେଇ ଖୋଳ ତାଡ଼ କରିବ। ଏଥି ପାଇଁ ପୁଲିସର ସ୍ବତନ୍ତ୍ର ଟିମ୍‌ ରାଜ୍ୟ ବାହାରକୁ ଯିବ। ଯେଉଁ ମହିଳା ଓ ଯୁବତୀ ମାନେ ଏହି ଠକେଇରେ ଶିକାର ହୋଇଛନ୍ତି ମହିଳା ଥାନାରେ ଅଭିଯୋଗ କରିବା ପାଇଁ ଡିସିପି ଉମାଶଙ୍କର ଦାଶ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.