ହିଜାବ ବିବାଦ; ଜଏରା କହିଲେ- ଏହା ଚଏସ୍‌ ନୁହେଁ ମୁସଲିମ୍‌ ମହିଳାଙ୍କ ଦାୟିତ୍ୱ

add-all

ମୁମ୍ବାଇ: ମୁସ୍‌ଲିମ୍‌ ମହିଳା ଏବଂ ସ୍କୁଲ ଛାତ୍ରୀମାନଙ୍କ ହିଜାବ ପିନ୍ଧିବାକୁ ନେଇ ପୂରା ଦେଶରେ ଚର୍ଚ୍ଚା ଜାରି ରହିଛି। ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଦେଶରେ ମୁସଲିମ ମହିଳାଙ୍କ ପାରମ୍ପରିକ ପୋଷାକକୁ ନେଇ ମାହୋଲ ବେଶ୍‌ ଗରମ ରହିଛି। ଅନେକ ସେଲେବ୍ରିଟି ହିଜାବ ପିନ୍ଧିବାକୁ ନେଇ ନିଜ ନିଜ ମତ ରଖୁଛନ୍ତି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ବଲିଉଡକୁ ଗୁଡବାଏ କହିଥିବା ଅଭିନେତ୍ରୀ ଜାଏରା ୱସିମ।
ସେ ହିଜାବ ପିନ୍ଧିବାକୁ ନେଇ ନିଜ ପକ୍ଷ ରଖିଛନ୍ତି। ଜଏରା ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏକ ଲମ୍ବା ଚଉଡା ପୋଷ୍ଟ ଶେଆର କରିଛନ୍ତି। ମୁସ୍‌ଲିମ୍‌ ମହିଳାଙ୍କ ହିଜାବ ପିନ୍ଧିବାକୁ ନେଇ ଲାଗି ରହିଥିବା ବିବାଦ ଉପରେ ସେ ଖୁଲମ ଖୁଲା ନିଜ ରାୟ ରଖିଛନ୍ତି। ସେ ଏହାକୁ ସମର୍ଥନ କରି କହିଛନ୍ତି, ‘ହିଜାବ ମୁସଲିମ୍‌ ମହିଳାଙ୍କ ଚଏସ୍‌ ନୁହେଁ, ଏହା ସେମାନଙ୍କ ଦାୟିତ୍ୱ। ହିଜାବ ପିନ୍ଧିଥିବା ମହିଳାମାନେ ସେହି ଦାୟିତ୍ୱକୁ ପୂରଣ କରନ୍ତି, ଯାହା ସେ ଈଶ୍ୱରଙ୍କ ଠାରୁ ପାଇଥାନ୍ତି। ସେ ନିଜକୁ ଇଶ୍ୱରଙ୍କ ନିକଟରେ ସମର୍ପି ଦିଅନ୍ତି। ମୁଁ ବି ଜଣେ ମହିଳା। ଆଉ ମୁଁ ସମ୍ମାନର ସହ ହିଜାବ ପିନ୍ଧେ। ମୁଁ ଏ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ବିରୋଧ କରୁଛି, ଯେଉଁଠି ମହିଳାଙ୍କୁ ତାଙ୍କ ଧାର୍ମିକ ପରମ୍ପରାକୁ ପାଳନ କରିବା ପାଇଁ ବାରଣ କରାଯାଇଛି।’
ଜାଏରା ଆହୁରି କହିଛନ୍ତି, ‘ମୁସଲମାନ ମହିଳାମାନଙ୍କ ପ୍ରତି ପକ୍ଷପାତିତା କରିବା ଏବଂ ଏଭଳି ବ୍ୟବସ୍ଥା ସୃଷ୍ଟି କରିବା ଯେଉଁଠାରେ ସେମାନଙ୍କୁ ଶିକ୍ଷା ଏବଂ ହିଜାବ ମଧ୍ୟରେ ବାଛିବାକୁ କିମ୍ବା ଗୋଟିଏ ଜିନିଷ ଛାଡିବାକୁ ପଡିବ, ଏହା ଅନ୍ୟାୟ।’
ସୂଚନା ମୁତାବକ, ଅଭିନେତା ଆମୀର ଖାନ୍‌ ଫିଲ୍ମ ‘ଦଙ୍ଗଲ’ରୁ ଲାଇମ୍‌ଲାଇଟ୍‌କୁ ଆସିଥିଲେ ଅଭିନେତ୍ରୀ ଜାଏରା ୱସିମ। କିନ୍ତୁ ୨୦୧୯ରେ ସେ ବଲିଉଡକୁ ବାଏ ବାଏ କହିଦେଇଥିଲେ। ୨୦୧୯ ଜୁନ୍‌ ମାସରେ ଜାଏରା ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏକ ନୋଟ୍‌ ଶେଆର କରି ଧାର୍ମିକ କାରଣ ଯୋଗୁଁ ଅଭିନୟ ଛାଡୁଥିବା ନେଇ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.