କଲଭେଟ ନିକଟରୁ ଜୀବନ୍ତ ଟିଫିନ୍ ବୋମା ଜବତ

add-all

କଲ୍ୟାଣସିଂହପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ ଅବସରରେ ରାୟଗଡ଼ା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। କଲ୍ୟାଣସିଂହପୁରଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ କଲଭେଟ ନିକଟ ପଥର ଗଦାରୁ ଜୀବନ୍ତ ଟିଫିନ୍ ବୋମା ଜବତ ହୋଇଛି। ମାଓବାଦୀ ପୁଲିସକୁ କରିଥିବା ଟାର୍ଗେଟ ଭଣ୍ଡୁର ହୋଇଛି। ଡିବିଏଫ ଯବାନମାନେ କୁମ୍ବିଂ କରୁଥିବା ବେଳେ ପାର୍ଶାଲି ଯିବା ରାସ୍ତାର କାଳିଆଗୁଡା ଓ କେଶବନାଇଗୁଡା ନିକଟସ୍ଥ ଏକ କଲଭେଟ ନିକଟରେ ଥିବା ପଥର ଗଦାକୁ ସନ୍ଦେହ କରି ଯାଞ୍ଚ କରିଥିଲେ।

ଏହାପରେ ସେଠାରୁ ଟିଫିନ୍ ବୋମାକୁ ଠାବ କରିଥିଲେ। ଜିଲା ବୋମା ନିଷ୍କ୍ରିୟ ଦଳକୁ ଡକାଇ ଟିଫିନ ବୋମାକୁ ନିଷ୍କ୍ରିୟ କରିଥିଲେ। ଏହି ଖବର ପାଇ ଜିଲା ଆରକ୍ଷୀ ଅଧିକାରୀ ବିବେକାନନ୍ଦ ଶର୍ମା, ଏସଡିପିଓ ଦେବଜ୍ୟୋତି ଦାସ ସେଠାରେ ପହଞ୍ଚିଥିଲେ। ଏହି କାରଣୁ ଉକ୍ତ ରାସ୍ତା ପ୍ରାୟ ୩ ଘଣ୍ଟା ଧରି ଅବରୋଧ ରହିଥିଲା। ଏହାକୁ ନେଇ ଜିଲା ଆରକ୍ଷୀ ଅଧିକାରୀ କହିଛନ୍ତି ଯେ ନିୟମଗିରିରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଛି। ଡଙ୍ଗରିଆଙ୍କୁ ଭୋଟ ନ ଦେବା ଓ ଲୋକଙ୍କୁ ଭୟଭୀତ କରିବା ପାଇଁ ଏହା ମାଓବାଦୀଙ୍କ ଷଡଯନ୍ତ୍ର ।

ad-week
Leave A Reply

Your email address will not be published.