ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ମାରି ଛଡେଇ ନେଲେ ଭୋଟବାକ୍ସ

add-all

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ରବିବାର ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। କୋହ୍ଲ ପଞ୍ଚାୟତର ୪ ନନମ୍ବର ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି। ବାଲଟ ପେପର ଫୋଲ୍ଡିଂରେ ତ୍ରୁଟି ଯୋଗୁ ଚିହ୍ନ ଦେଖାଯାଉ ନ ଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ମତଦାନ କେନ୍ଦ୍ର ବନ୍ଦ କରି ଦେଇଥିଲେ।

ଏପରିକି ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିବା ସହ ଭୋଟବାକ୍ସକୁ ଏକ ପୋଖରୀରେ ଫିଙ୍ଗି କେନ୍ଦ୍ରରେ ଭଙ୍ଗାରୁଜା କରିଥିଲେ।

ଫଳରେ ବାଲଟ ପେପର ପାଣିରେ ଭାସିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ଲୋକେ ଗାଡ଼ିକୁ ଛାଡ଼ି ନ ଥିଲେ। ସାନି ମତଦାନ ପାଇଁ ସେମାନେ ଦାବି କରିଥିଲେ। ଏନେଇ ଉପଜିଲାପାଳ ମନୋଜ କୁମାର ପାତ୍ରଙ୍କ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ପୋଖରୀରୁ ଭୋଟବାକ୍ସ ଉଦ୍ଧାର କରାଯାଇଥିଲା।

ad-week
Leave A Reply

Your email address will not be published.