ଶ୍ରୀକ୍ଷେତ୍ରରେ ବିଶ୍ବ ବୈଷ୍ଣବ ସମ୍ମିଳନୀର ୨ୟ ଅଧିବେଶନ

add-all

ପୁରୀ: ଶ୍ରୀକ୍ଷେତ୍ରରେ ବିଶ୍ବ ବୈଷ୍ଣବ ସମ୍ମିଳନୀ ୨ୟ ଅଧିବେଶନ । ଏହି କାର୍ଯ୍ୟକ୍ରମରେ କଟକର ବାରବାଟି ବିଧାୟକ ମହମ୍ମଦ ମୋକିମ୍ ଏବଂ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ ପ୍ରଭାସ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ସହ ମଞ୍ଚରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ ।

ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଅବସରରେ ଏହି କର୍ଯ୍ୟକ୍ରମ କରାଯାଇଥିଲା।

ବିଶ୍ବ ବୈଷ୍ଣବ ସମ୍ମିଳନୀର ପ୍ରଥମ ଅଧିବେଶରେ ରାଷ୍ଟ୍ରପତି ରାମନାଥ କେବିନ୍ଦଙ୍କ ସହ ତାଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଯୋଗଦାନ କରିଥିଲେ । ଏହି ଅବସରରେ ଏକ ସ୍ମରଣିକାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉନ୍ମୋଚନ କରିଛନ୍ତି। ବିଶ୍ବ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ମଞ୍ଚ ଉପରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶ୍ବ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିବା ପୂର୍ବରୁ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠକୁ ଯାଇଥିଲେ । ସେଠାରେ ଚତୁର୍ଦ୍ଧା ମୂର୍ତ୍ତି, ରାଧାକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କୁ ଦର୍ଶନ କରିଥିଲେ ।

ad-week
Leave A Reply

Your email address will not be published.