କେନ୍ଦ୍ରାପଡା ସାନ ଅଢଙ୍ଗାର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

add-all

ମାର୍ଶାଘାଇ: କେନ୍ଦ୍ରାପଡା ପାଟକୁରା ଥାନା ସାନ ଅଢଙ୍ଗାର ସରପଞ୍ଚ ପ୍ରାର୍ଥୀ ଅମିୟ ରଞ୍ଜନ ଗୁରୁତର। ବିଳମ୍ବିତ ରାତିରେ ଅର୍ଜୁନପୁର ବ୍ୟାଙ୍କଗଡ଼ା ନିକଟ ନାଳରେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି।

ଗୁରୁତର ଅମୀୟଙ୍କୁ ପ୍ରଥମେ କୋରୁଆ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି ପରେ କଟକ ସ୍ଥାନାନ୍ତରିତ କରାଯାଇଛି।

ଏହି ଘଟଣା ନେଇ ଖବର ପାଇବାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବା ସହିତ ତଦନ୍ତ ଆରମ୍ଭ କରିଛଇ । ଅମିୟଙ୍କୁ କେହି ଆକ୍ରମଣ କରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ତେବେ ଏଯାଏ ଘଟଣା ପ୍ରକୃତ ସତ୍ଯାସତ୍ଯ ଅସ୍ପଷ୍ଟ ରହିଛି।

ad-week
Leave A Reply

Your email address will not be published.