୨୩ ହଜାର ରୁଦ୍ରାକ୍ଷରେ ଶିବ କଳାକୃତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

add-all

ପୁରୀ: ଆନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଭିନ୍ନ ଭିନ୍ନ ବାଲୁକା କଳାକୃତି ନିର୍ମାଣ କରିବାରେ ସିଦ୍ଧ ହସ୍ତ। ଯାହା କି ସାରା ବିଶ୍ବରେ ସୃଷ୍ଟି କରିବାରେ ଲାଗିଛି ନୂଆ ଇତିହାସ। ସେହିପରି ଆଉ ଏକ ବାଲୁକା କଳାକୁ ନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ତାହା ହେଉଛି ମହାଶିବରାତ୍ରୀ ଉପଲକ୍ଷେ ପୁରୀ ବେଳାଭୂମିରେ ନିର୍ମାଣ କରିଥିବା ବାଲୁକା କଳା।

ଦେବ ମହାଦେବଙ୍କ ଏକ ବାଲୁକା କଳା କୃତି ସୁଦର୍ଶନ ନିର୍ମାଣ କରିଛନ୍ତି। ଯେଉଁଥିରେ ସେ ୨୩ ହଜାର ୪୩୬ଟି ରୁଦ୍ରାକ୍ଷ ବ୍ୟବହାର କରିଛନ୍ତି। ସେ ତାଙ୍କର ବାଲୁକା କଳାରେ ଧ୍ୟାନରତ ଶିବଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ତାଙ୍କ ସମ୍ମୁଖରେ ରହିଛି ଏକ ଶିବଲିଙ୍ଗ। ମହାଦେବଙ୍କ ଜଟା ଏବଂ ଶିବଲିଙ୍ଗରେ ସେ ଏହି ରୁଦ୍ରାକ୍ଷ ବ୍ୟବହାର କରିଛନ୍ତି। ଏଥିସହିତ ସେ ଏହି କଳା ମାଧ୍ୟମରେ ସାରା ବିଶ୍ବ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ବର୍ତ୍ତମାନ ଯେପରି ବିଶ୍ବ ଅଶାନ୍ତ ହୋଇଛି ତାହାକୁ ଦୃଷ୍ଟିରେ ରଖି ସେ ଏହି ସଚେତନତା ବାର୍ତ୍ତା ଦେଇଛନ୍ତି।

ad-week
Leave A Reply

Your email address will not be published.