ଖଲ୍ଲିକୋଟ : ଟ୍ରକ ମାଲିକ ଜିତୁ ଦଳାଇ ହତ୍ୟା ମାମଲା ,ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମର ଯାଞ୍ଚ

add-all

ଖଲ୍ଲିକୋଟ (୦୧ /୩) : ଗତକାଲି ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡଘାଟି ଠାରୁ ଖଲ୍ଲିକୋଟ ସହର ତୋଟା ଗାଁ ର ଜଣେ ଟ୍ରକ ମାଲିକ ଜିତୁ ଦଳାଇ ଙ୍କୁ ତାଙ୍କ ବାଇକ ସହ ଅପହରଣ ପରେ ହତ୍ୟା କରିବା ଘଟଣା ସାରା ସହର ରେ ଆଲୋଚନା ର ବିଷୟ ପ|ଲିଟିଥିବା ଜଣାପଡିଛି l ତେବେ ମଙ୍ଗଳ ବାର ଦିନ ଖଲ୍ଲିକୋଟ ପୋଲିସ ସହ ଜି ଆର ପି ପୋଲିସ ମିଳିତ ଭାବେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ଙ୍କ ଦ୍ୱାରା ଘଟଣା ସ୍ଥଳ ସାମଲ ନିକଟବର୍ତୀ ରେଳ ରେଳ ବାଇ ଟ୍ରକ କୁ ଯାଞ୍ଚ କରି ଫେରିଥିବା ଜଣାପଡିଛି l ପ୍ରକାଶ ଥାଉକି ଗତକାଲି ଅପରନ୍ନ ୫ ଘଟିକା ସମୟରେ ଖଲ୍ଲିକୋଟ ସହର ତୋଟା ଗାଁ ର ଯୋଗୀ ଦଳାଇ ଙ୍କ ପୁଅ ଜିତୁ ଦଳାଇ ଛତ୍ରପୁର ଠାରୁ ଫେରୁ ଥିବା ବେଳେ ଖଲ୍ଲିକୋଟ ବଡଘାଟି ଉପରେ ଥିବା ୫ ଜଣ ଡାକୟତ ଉକ୍ତ ଟ୍ରକ ମାଲିକ ଙ୍କୁ ଅଟକାଇ ତାଙ୍କୁ ମାଡମାରି ଆହତ କରିବା ସହ ବାମ ପଟ ରାସ୍ତା ରୁ ଡାହାଣ ପଟ ରାସ୍ତା ଦେଇ ଟ୍ରକ ମାଲିକ ଙ୍କୁ ବାଇକ ସହ ଜବରଦସ୍ତ ଜାତୀୟ ରାଜପଥ ୧୬ ଠାରୁ ସମଲ ରାସ୍ତା ରେ ନେବା ଜିତୁ କୌଶଳକ୍ରମେ ରାସ୍ତାରୁ ଖସି ଏକ ଘଂଚ ଜଙ୍ଗଲ ରେ ଲୁଚି ରହି ତାଙ୍କ ଗ୍ରାମ ର ସାଙ୍ଗ ସାଥି ମାନଙ୍କୁ ଏକ ଗୃପ ମେସେଜ ରେ ତାଙ୍କୁ ପୋଲିସ ସହାୟତା ରେ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିଥିଲେ l ତେବେ ଦୀର୍ଘ ସମୟ ଧରି ଘଂଚ ଜଙ୍ଗଲ ମଧ୍ୟରେ ରେ ରହି ସଂଜ ନଇଁ ଆସିବା ପରେ ସେ ଜଙ୍ଗଲ ରେ ଆସି ଖସି ଆସିବା ପାଇଁ ଉଦ୍ୟମ କରୁଥିବା ବେଳେ ଉକ୍ତ ଜଙ୍ଗଲ ତଳେ ଛକି ରହିଥିବା ୫ ଜଣ ଡକାୟତ ଙ୍କ ହାବୁଡ଼ରେ ପଡି ଯାଇଥିଲେ l ଦୁର୍ବୁତ୍ତ ମାନେ ତାଙ୍କ ଆକ୍ରମଣ କରି ଏକ ଧାରୁଆ ଅସ୍ତ୍ର ରେ ତାଙ୍କ ବେକ କାଟି ମୁଣ୍ଡ ରୁ ଗଣ୍ଡି ଅଲଗା କରି ରେଳ ଧାରଣା ଉପରେ ଫିଙ୍ଗି ଦେଇଥିବା ସନ୍ଦେହ କରଯାଉଛି l ଜି ଆର ପି ପୋଲିସ ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି l ତେବେ ୫ ଜଣ ଡକାୟତ ମଧ୍ୟରୁ ଦୁଇ ଜଣକୁ ଚିହ୍ନ| ଥିବା ତାଙ୍କ ସାଙ୍ଗ ମାନଙ୍କୁ ଗୃପ ମେସେଜ ରୁ ଜଣାପଡିଛି l ମୃତ ଜିତୁ ଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି l ପୋଲିସ ଆସାମୀ ମାନଙ୍କୁ ଧରିବା ଅନୁସନ୍ଧାନ ଚଳାଇଥିବା ପ୍ରକାଶ l

ad-week
Leave A Reply

Your email address will not be published.