ରାତିସାରା ଷ୍ଟାର୍ଟ ଥିଲା କାର୍, ସକାଳୁ ମିଳିଲା ମୃତଦେହ

add-all

ଢେଙ୍କାନାଳ : କାର୍‌ ଭିତରୁ ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରୁ ଠାବ ହୋଇଛି ଏହି ମୃତଦେହ । ପୋଲିସ ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଆରମ୍ଭ କରୁଛି । ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରୁ ହିନ୍ଦୋଳ ଅଞ୍ଚଳରେ ପଡ଼ା ଛକ ନିକଟରେ ଥିବା ଏକ ଢାବା ପାଖରେ କାର୍‌ଟି ଛିଡ଼ା ହୋଇଥିଲା ।ସ୍ଥାନୀୟଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ର କାଚ ଭାଙ୍ଗି ମୃତଦେହକୁ ବାହାର କରିଛି । କାର୍‌ରେ ଥିବା ଆଧାରକାର୍ଡରୁ ମୃତକଙ୍କ ପରିଚୟ ପାଇ ପୋଲିସ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛି।ମୃତ୍ୟୁର ସଠିକ୍‌ କାରଣ ଜଣାପଡିନଥିବା ବେଳେ ଭୁବନ ଅଞ୍ଚଳର ପ୍ରଣବ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି।

ପ୍ରଣବ ଛୋଟବେଳୁ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ରହୁଥିବା ବେଳେ ସେଠାରେ ମଧ୍ୟ ବିବାହ କରିଛନ୍ତି। ତାଙ୍କର ମହାରାଷ୍ଟ୍ରରେ ଅନେକ ଗାଡି ମଟର ଥିବା ଓ ସେ ଜଣେ ବିତ୍ତଶାଳୀ ବୋଲି ଜଣାପଡିଛି । ତେବେ ସେ ଓଡିଶା କାହିଁକି ଆସିଥିଲେ ଓ କୁଆଡେ ଯାଉଥିଲେ । ସେ ସମ୍ପର୍କରେ ପୁଲିସ ତଦନ୍ତ କରୁଛି।

ad-week
Leave A Reply

Your email address will not be published.