ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ ଅନିମା କହଁର ଖଜୁରୀପଡ଼ା ସମିତି ସଭ୍ୟା ଭାବେ ନିର୍ବାଚିତ

add-all

ଫୁଲବାଣୀ : ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ।ଠିକ ସେହିପରି ଅନିମା କହଁରଙ୍କୁ ମଧ୍ୟ ଚିହ୍ନିଚନ୍ତି ଖଜୁରିପଡା ପଞ୍ଚାୟତର ପଞ୍ଚାୟତବାସୀ।ବ୍ଲକ ଅଧ୍ୟକ୍ଷା ଥିବା ସମୟରେ କରିଥିବା ଅଞ୍ଚଳବାସୀଙ୍କ ସେବା ସାହାଯ୍ୟ ସହଯୋଗର ପ୍ରତି ବଦଳରେ ଆଜି ତାର ଫଳ ଦେଇଛନ୍ତି ପଂଚାୟତ ବାସୀ। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ରାଜ୍ୟ ମହିଳା ବିଜୁ ଜନତା ଦଳ ଉପସଭାନେତ୍ରୀ ତଥା କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷିକା ଅନିମା କହଁର ପୁଣି ଥରେ ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ କରିଛନ୍ତି l ସେ ଖଜୁରୀପଡ଼ା ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି l

ପୂର୍ବରୁ ମଧ୍ୟ ସେ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାବେ ନିଜ କାର୍ଯ୍ୟକାଳ ଶେଷ କରିଥିଲେ । ବ୍ଲକ ଅଞ୍ଚଳର ବିକାଶକୁ ସବୁବେଳେ ଗୁରୁତ୍ୱ ଦେଇଛି ଏବଂ ବିକାଶ କାମ ଆଗେଇ ନେବାକୁ ସଦା ଚେଷ୍ଟିତ ରହିବି ବୋଲି ପ୍ରତିକ୍ରିୟାରେ କହିଛନ୍ତି ଅନିମା ତେବେ ବ୍ଲକ ଅଧକ୍ଷା ପାଇଁ ନିର୍ବାଚନ ସଭ୍ୟ ସଭ୍ୟା ମୋତେ ଚୟନ କଲେ ଲୋକଙ୍କ ସେବା କରିବାର ଅବସର ପାଇବି ବୋଲି ସେ କହିଛନ୍ତି l ପୂର୍ବରୁ ମଧ୍ୟ ବିଜେଡ଼ି ମହିଳା ସଂଗଠନରେ ଦୁଇ ଦୁଇ ଥର ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ରହି ସଂଗଠନକୁ ସୁଦୃଢ ଦିଗରେ ସେ କାର୍ଯ୍ୟ କରିଥିଲେ l ଆଗକୁ ମଧ୍ୟ ଦଳ ପାଇଁ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.