ବ୍ୟଙ୍ଗ କବି ସୀମାଞ୍ଚଳ ମହାରଣାଙ୍କ ଦ୍ଵାଦଶାହ ଶ୍ରାଦ୍ଧ ଦିବସ

add-all


ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପଡି ନିବାସୀର ବ୍ୟଙ୍ଗ କବି ସୀମାଞ୍ଚଳ ମହାରଣାଙ୍କ ଦ୍ଵାଦଶାହ ଶ୍ରାଦ୍ଧ ଦିବସ ସ୍ଥାନୀୟ ଶାଳବଣ ସାହିତ୍ୟ ସଂସଦ ଆନୁକୁଲ୍ୟରେ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ କୁରେଇ ର ମୁଖ୍ୟ ସମ୍ପାଦକ ତଥା ଓଡ଼ିଆ ବିଭାଗ ଅଧ୍ୟାପକ ଡଃ.ବିଭୂତିଭୂଷଣ ଆଚାର୍ଯ୍ୟ, ସଂସଦର ଉପ ସଭାପତି ପ୍ରହ୍ଲାଦପ୍ରସାଦ ଲେଙ୍କା, ସମ୍ପାଦକ ରବୀନ୍ଦ୍ରନାଥ ରଥ , ସଦସ୍ୟ ଶରତଚନ୍ଦ୍ର ମିଶ୍ର ଜୟହର ମହାନ୍ତି, ମିହିର ପାଢ଼ୀ, ଡ.ବିଶ୍ଵେଶ୍ଵର ଆଚାର୍ଯ୍ୟ, ଏବଂ ଶୋକାକୁଳ ପରିବେଶ ଭିତରେ ପତ୍ନୀ କୁମୁଦିନୀ, ପୁତ୍ର ଜ୍ଞାନ ଓ କନ୍ୟା ମାମା, ଆତ୍ମିୟ ସ୍ଵଜନ ପ୍ରମୁଖ ଉପସ୍ଥିତ ରହି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l

ସ୍ୱର୍ଗତ ମହାରଣାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପ ପ୍ରଜ୍ଜ୍ୱଳନ ପରେ ସ୍ମୃତି ଚାରଣ କରି ସଭାରେ ବକ୍ତବ୍ୟ ରଖିଥିଲେ। ଶେଷରେ କବି କୈଳାସଚନ୍ଦ୍ର ବେହେରା ପ୍ରେରଣ କରିଥିବା କବିତା ମଧ୍ୟ ପାଠ କରାଯାଇଥିଲା।

ad-week
Leave A Reply

Your email address will not be published.