ଏପ୍ରିଲ ମାସରେ ଯୁଗ୍ମ ପ୍ରବେଶିକା ପରୀକ୍ଷା

add-all

ଭୁବନେଶ୍ୱର : ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ପରୀକ୍ଷା ଏପ୍ରିଲ ମାସରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ୪ଟି ପର୍ଯ୍ୟାୟ ବଦଳରେ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ତାରିଖ ଘୋଷଣା ହୋଇଛି । ଏପ୍ରିଲ ୧୬ ରୁ ୨୧ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବାକୁ ଥିବା ବେଳେ ମେ ୨୪ରୁ ୨୯ ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ହେବ ।ଚଳିତ ବର୍ଷ ଜେଇଇ ମେନ୍ ପରୀକ୍ଷା ପାଇଁ ମାର୍ଚ୍ଚ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।

ଛାତ୍ରଛାତ୍ରୀମାନେ ଅଫିସିଆଲ ଓ୍ୱେବସାଇଟ ‘jeemain.nta.nic.in’ ରେ ଆବେଦନ କରିପାରିବେ । ୨ଟି ସିଟିଂରେ ଅନୁଷ୍ଠିତ ହେବ । ପ୍ରଥମ ସିଟିଂ ସକାଳ ୯ରୁ ୧୨ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଦ୍ୱିତୀୟ ସିଟିଂ ଅପରାହ୍ନ ୩ ଟାରୁ ୬ ଟା ପର୍ଯ୍ୟନ୍ତ ହେବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୋଟିସ ଜାରି ହୋଇଛି ।

ad-week
Leave A Reply

Your email address will not be published.