କଟକରେ ଦୁଇଟି ଦଳ ସହ ମେଣ୍ଟ କଲା କଂଗ୍ରେସ

add-all

କଟକ: କଟକ ମହାନଗର ନିଗମ(ସିଏମ୍‌ସି) ନିର୍ବାଚନ ପାଇଁ କଂଗ୍ରେସ ମେଣ୍ଟ କରିଛି। ସିପିଆଇ ଓ ସିପିଆଇ(ଏମ୍‌) ସହିତ ମେଣ୍ଟ କରିଛି କଂଗ୍ରେସ। ଏନେଇ ସୂଚନା ପ୍ରଦାନ କରିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌।ନିର୍ବାଚନ ରଣନୀତି ନେଇ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ବେଳେ ସିପିଆଇ ଓ ସିପିଆଇ(ଏମ୍‌) ସହିତ ମିଶି କଂଗ୍ରେସ ଲଢ଼ିଥିଲା। ସିଏମ୍‌ସି ନିର୍ବାଚନରେ ମଧ୍ୟ ଆମେ ସାଥୀରେ ଲଢ଼ିବୁ। ସିପିଆଇ ଓ ସିପିଆଇ(ଏମ୍‌)କୁ ଦୁଇଟି ଛଡ଼ା ଯାଇଛି। ସେମାନେ ପ୍ରାର୍ଥୀ ଦେଇ ଲଢ଼ିବେ ବୋଲି ମୋକିମ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ଆଜି ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଛନ୍ତି। ସେହିପରି ୱାର୍ଡ ନମ୍ୱର ୧ରୁ ଭାନୁମତି ସେନାପତି, ୱାର୍ଡ ନମ୍ୱର ୨ରୁ ଗାୟତ୍ରୀ ଲେଙ୍କା, ୱାର୍ଡ ନମ୍ୱର ୩ରୁ ପ୍ରଦୋଷ ଦାଶ, ୱାର୍ଡ ନମ୍ୱର ୪ରୁ ନରୁପମା ମହାନ୍ତି, ୱାର୍ଡ ନମ୍ୱର ୫ରୁ ସାଲୋନୀ ନାୟକ, ୱାର୍ଡ ନମ୍ୱର ୭ରୁ ସୁଷମା ମାଝି, ୱାର୍ଡ ନମ୍ୱର ୮ରୁ ଅଜିତ କୁମାର ବେହେରା, ୱାର୍ଡ ନମ୍ୱର ୯ରୁ ଜନ ଆଶୁତୋଷ ଦାସ, ୱାର୍ଡ ନମ୍ୱର ୧୨ରୁ ଚିନ୍ମୟୀ ଜେନା, ୱାର୍ଡ ନମ୍ୱର ୧୩ରୁ ପ୍ରଦୀପ କୁମାର ଦ୍ୱିବେଦୀ ଓ ୱାର୍ଡ ନମ୍ୱର ୧୫ରୁ ଲିଜାରାଣୀ ନାୟକ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏମାନେ କାଲିକାଲି ଅର୍ଥାତ ଗୁରୁବାର ନାମାଙ୍କରପତ୍ର ଦାଖଲ କରିବେ ବୋଲି ବିଧାୟକ ମହମ୍ମନ ମୋକିମ କହିଛନ୍ତି।

ସେପଟେ ଆଜି ବହୁ ବିଜେପି ଓ ବିଜେଡି କର୍ମୀ କଂଗ୍ରେସରେ ମିଶିଛନ୍ତି। ବିଧାୟକ ଶ୍ରୀ ମୋକିମ୍‌ ଓ ସୁରେଶ ମହାପାତ୍ର ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି। ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ୨୬ ତାରିଖରେ ଭୋଟ୍‌ ଗଣତି ହେବ। ସେଥିପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ତାରିଖ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି।

ଚଳିତବର୍ଷ ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେବ। ଲୋକମାନେ ସେମାନଙ୍କୁ ବାଛିବେ। ଭୋଟିଂ ପାଇଁ ଇଭିଏମ୍ ବ୍ୟବହାର କରାଯିବ। ପ୍ରତି ବୁଥ୍‌ରେ ୨ଟି ଇଭିଏମ୍ ରହିବ। ଗୋଟିଏ ଇଭିଏମ୍‌ରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ୍‌ ଦେଇ ହେବ। ଦ୍ୱିତୀୟ ଇଭିଏମ୍‌ରେ କର୍ପୋରେଟରଙ୍କୁ ଭୋଟ୍‌ ଦେବେ ଭୋଟର। ଏଥର ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟାର ବିକଳ୍ପ ରହିବ। ଏପ୍ରିଲ ୭ ତାରିଖରେ ପୌର ଉପାଧ୍ୟକ୍ଷ, ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ହେବ।

ad-week
Leave A Reply

Your email address will not be published.