ପ୍ରଥମ ବାର୍ଷିକ ଶିଵରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼ା ଠାରେ ପ୍ରଥମ ବାର୍ଷିକ ଶିଵରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଟିକାବାଲିର ଜଗନ୍ନାଥ ସାହାଣୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜାଗ୍ରତ କନ୍ଧମାଳ ଓଡିଶା ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ତଥା ହିନ୍ଦ ମଜୁଦୁର ସଭାର କନ୍ଧମାଳ ଜିଲ୍ଲାର ଆବାହକ ,ଆଇନଜୀବୀ ସତ୍ୟ ନାରାୟଣ ବେହେରା ଏବଂ ସମ୍ମାନିତ ଅତିଥି ଭାବରେ ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ ସାହୁ, ସହକାରୀ ଶିକ୍ଷକ ସନ୍ତୋଷ ପ୍ରଧାନ, ବିସିପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସାକାଳୀ କଁହର ଯୋଗଦେଇ ଶୁଭାରମ୍ଭ କରିଥିଲେ।ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସ୍ବର୍ଗତ ଶିଵରାମ ସାହୁ ବିଦ୍ୟାଳୟ ଆରମ୍ଭ ଠାରୁ ତାଙ୍କ ଜୀବନ କାଳ ମଧ୍ୟରେ ଶିକ୍ଷକତା ସହିତ ବିଦ୍ୟାଳୟର ଉର୍ନତୀ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ପ୍ରଚାର ପ୍ରସାର, ସମାଜସେବା ସହିତ ଅଞ୍ଚଳରେ ସାମାଜିକ ବୈଷମ୍ୟ ଦୂର କରିବା ଦିଗରେ ଆପ୍ରାଣ ଉଦ୍ୟମ କରିଥିଲେ।ତାଙ୍କର ସ୍ମୃତି ଉଦେଶ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଟିଟ୍ରାପଙ୍ଗା ଓ ବିଶି ପଡ଼ା ମଧ୍ୟରେ ହୋଇଥିଲା।ସ୍ବର୍ଗତ ଶିଵରାମ ସାହୁଙ୍କ ସହଧର୍ମଣି ସୁଦେଷ୍ଣା ସାହୁ ସୁପୁତ୍ର ଚନ୍ଦ୍ର ଶେଖର ସାହୁ,ଜ୍ଞାନ ଶେଖର ସାହୁ,ମୌସୁମୀ ସାହୁ ଓ ତାଙ୍କ ଶୁଭେଚ୍ଛୁଙ୍କ ଉପସ୍ଥିତି ରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ ତିନି ଦିନ ଧରି ଚାଲିବ।ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ସ୍ବର୍ଗତ ଶିଵରାମ ସାହୁଙ୍କ ନିମନ୍ତେ ଦୁଇ ମିନଟ ନିରବ ପାର୍ଥନା କରାଯାଇଥିଲା।ଏଥିସହିତ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଖେଳାଳୀ ଶିଵରାମ ସାହୁ ଅମର ରହେ ବୋଲି ସ୍ଲୋଗାନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟର ଚତୁର୍ଭୁଜ ବେହେରା ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.