ନକଲି ସିବିଆଇ ଅଫସରକୁ ଗିରଫ କଲା କମିଶନରେଟ ପୋଲିସ

add-all

ଭୁବନେଶ୍ବର: ପୁଣି ଜଣେ ନକଲି ସିବିଆଇ ଅଫସରକୁ ଗିରଫ କଲା କମିଶନରେଟ ପୋଲିସ। ନିରୀହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା ଏହି ନକଲି ସିବିଆଇ ଅଫିସର। ତାର ନାଁ ନିଖିଲ ସ୍ଵାଇଁ ଓ ସେ ଜଣେ ଦିବ୍ୟାଙ୍ଗ ବୋଲି ଜାଣିବାକୁ ପାଇଛି ପୋଲିସ।

ପୋଲିସ ସୂଚନା ମୁତାବକ ଜଣେ ମୋବାଇଲ ଦୋକାନୀକୁ ତାଙ୍କ ଝିଅର ଚିକିତ୍ସା କରାଇ ଦେବାକୁ କହି ୩୦ ହଜାର ଟଙ୍କା ଠକିଥିଲା ଏହି ଧୂର୍ତ୍ତ। ଏହା ସହିତ ଏୟାରପୋର୍ଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସେକ୍ରେଟେରିଏଟରେ ଚାକିରି ଦେବାକୁ କହି ନିଜର ନକଲି ପ୍ରମାଣ ପତ୍ର ଦେଖାଇ ୪୦ ହଜାର ଠକିଛି। ଏହି ଘଟଣାକୁ ନେଇ ତମାଣ୍ଡେ ଥାନାରେ ମାମଲା ରୁଜୁ ହେବା ପରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିଛି।

ad-week
Leave A Reply

Your email address will not be published.