୪୮୬ ପରୀକ୍ଷାର୍ଥୀ ପ୍ରଵେଶିକା ପରୀକ୍ଷା ଦେଲେ

add-all

ହିଞ୍ଜିଳିକାଟୁ, (୪/୩ ): ହିଞ୍ଜିଳିକାଟୁ ଵ୍ଳକ ଓଡିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ, ଅଷ୍ଟମ ଓ ନଵମ ଶ୍ରେଣୀ ପାଇଁ ନାମ ଲେଖା ସକାଶେ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ନିର୍ଦ୍ଦେଶ କ୍ରମେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତିନୋଟି ଶ୍ରେଣୀ ପାଇଁ ୫୦୬ ପରୀକ୍ଷାର୍ଥୀ ଆବେଦନ କରିଥିଲେ ମଧ୍ୟ ୪୮୬ ପରୀକ୍ଷା ଦେଇଥିଲେ । ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଆବେଦନ କରଥିବାରୁ ତିନୋଟି କେନ୍ଦ୍ର (୧) ଆଦର୍ଶ ବିଦ୍ୟାଳୟ ଶାସନ ଆମ୍ଵଗାଁ (୨) ସରକାରୀ ଏନ ଏ ସି ହାଇସ୍କୁଲ ହିଞ୍ଜିଳି କାଟୁ (୩) ସରକାରୀ ଵୃନ୍ଦାବନ ବିଦ୍ୟାଳୟ ହିଞ୍ଜିଳିକାଟୁ ଠାରେ ଆୟୋଜିତ ହୋଇଥିଲା। ପ୍ରବେଶ ପରିକ୍ଷା ଶାସନ ଆମ୍ଵଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୬ ଷଷ୍ଠ ଶ୍ରେଣୀ ନିମନ୍ତେ ୧୬୦ ଆଵେଦନ କରି ୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଅଧୀକ୍ଷକ ରହିଥିଲେ ।ସେହିପରି ହିଞ୍ଜିଳି କାଟୁ ସରକାରୀ ବୃନ୍ଦାବନ ଵିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ୯୧ ଜଣ ଛାତ୍ରଛାତ୍ରୀ ପ୍ରବେଶ ନିମେନ୍ତ ଆବେଦନ କରିଥିବା ବେଳେ ୯୦ ଜଣ ପରିକ୍ଷା ଦେଈଥୁଲେ ଅଷ୍ଟମ ଶ୍ରେଣୀ ଓ ନବମ ଶ୍ରେଣୀ ନିମନ୍ତେ ୫୭ ଜଣ ଛାତ୍ରଛାତ୍ରୀ ଆବେଦନ କରି ୫୪ ଜଣ ପରିକ୍ଷା ଦେଇଥିଲେ। ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ଆୟୋଜିତ ପରୀକ୍ଷାକୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ଅଧୂକ୍ଷକ ରହିଥିଲେ। ସେହିପରି ହିଞ୍ଜିଳିକାଟୁ ସରକାରୀ ଏନ ଏ ସି ହାଇସ୍କୁଲ ରେ ଷଷ୍ଠ ଶ୍ରେଣୀ ନିମନ୍ତେ ୧୩୮ ଜଣ ପ୍ରବେଶ ନିମେନ୍ତ ଆବେଦନ କରି ୧୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ad-week
Leave A Reply

Your email address will not be published.