ନାମାଙ୍କନ ଦାଖଲ ତୃତୀୟ ଦିନରେ ୧୧ ଜଣ ପ୍ରାର୍ଥୀ ପତ୍ର ନେଇଛନ୍ତି

add-all

ହିଞ୍ଜିଳିକାଟୁ (୪/୩) : ପୌରପରିଷଦ ଅଧ୍ୟକ୍ଷ ଓ ୱାର୍ଡ଼ ସଭ୍ୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ। ମାର୍ଚ୍ଚ ୨୬ରେ ହେବ ଭୋଟ ଗଣତି । ପ୍ରଥମ ଥର ପାଇଁ ଅଧ୍ୟକ୍ଷ ପାଇଁ ନିର୍ଵାଚନ ହେଵ। ଵୁଧବାର ୨ ତାରିଖ ଠାରୁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ଏହି ପ୍ରକ୍ରିୟା ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପ୍ରାର୍ଥିପତ୍ର ଦାଖଲ ସମୟ ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରହିଛି। ୯ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରାର୍ଥୀପତ୍ର ଗୁଡ଼ିକ ଯାଞ୍ଚ ଆରମ୍ଭ ହେବ। ଅଧ୍ୟକ୍ଷଏବଂ ୱାର୍ଡ ସଭ୍ୟ ପ୍ରାର୍ଥୀ ପୌରପାଳିକା କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ । ପ୍ରଥମ ଦିନ ଵୁଧବାର ୨ ଜଣ ଅଧ୍ୟକ୍ଷ ପଦ ନିମନ୍ତେ ନାମାଙ୍କନପତ୍ର ନେଇଥିବା ବେଳେ ୨ଜଣ ୱାର୍ଡ଼ ମେମ୍ବର ପ୍ରାର୍ଥୀ ନିମନ୍ତେ ନାମାଙ୍କନପତ୍ର ଆବଶ୍ୟକ ଫି ଦାଖଲ କରି ନେଇଥଛନ୍ତି । ଦ୍ଵିତୀୟ ଦିନରେ ୧୫ ନଂୱାର୍ଡ ସ୍ବାଧୀନ ପ୍ରାର୍ଥୀ ଭାବେ ସରୋଜ କୁମାର ସାହୁ ନାମାଙ୍କନପତ୍ର ଦାଖଲ କରିଥିବା ଵେଳେ ତୃତୀୟ ଦିବସରେ ୱାର୍ଡ଼ ମେମ୍ବର ପ୍ରାର୍ଥୀ ନିମନ୍ତେ ୧୧ ଜଣ ନାମାଙ୍କନପତ୍ର ନେଇଥିବା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ଠାରୁ ସୁଚନା।

ad-week
Leave A Reply

Your email address will not be published.