ଆଲବମ୍ କରିବା ଆଳରେ ନାବାଳିକାଙ୍କୁ ଦୁଷ୍କର୍ମ

add-all

ଖଣ୍ଡଗିରି : ଆଲବମରେ ଅଭିନୟ କରିବାକୁ ଡାକି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ମୁତାବକ, ସୁରଜ ନାମକ ଯୁବକ ଏକ ଆଲବମ୍ ସୁଟିଂ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜଣେ ନାବାଳିକାଙ୍କୁ ଡାକିଥିଲେ। ନାବାଳିକା ଜଣକ ନିଜ ଗାଁରୁ ବସ ଯୋଗେ ଆସି ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ସୁରଜ ତାଙ୍କୁ ଭରତପୁର ଅଞ୍ଚଳରେ ଥିବା ତାଙ୍କ ସାଙ୍ଗ ବିଷ୍ଣୁଙ୍କ ଘରକୁ ନେଇଥିଲେ।

ସେଠାରେ କିଛି ସମୟ ରହିବା ପରେ ସୁଟିଂ କରିବାକୁ ଶିବ ମନ୍ଦିରକୁ ଯାଇଥିଲେ। ସୁଟିଂ ସାରି ଉଭୟ ପୁଣି ବିଷ୍ଣୁଙ୍କ ରୁମକୁ ଫେରି ଆସିଥିଲେ। ସୁରଜ ଖାଦ୍ୟରେ ନିଶା ମିଶାଇ ନାବାଳିକାଙ୍କୁ ଖାଇବାକୁ ଦେଇଥିଲା। ନାବାଳିକା ଜଣକ ଚେତା ହରାଇବା ପରେ ସୁରଜ ତାଙ୍କୁ ରାତି ସାରା ଦୁଷ୍କର୍ମ କରିଥÒଲେ। ସକାଳୁ ନାବାଳିକାଙ୍କ ଚେତା ଆସିବା ପରେ ସେ ଘରକୁ ଫେରିଥିଲେ। ଘର ଲୋକଙ୍କୁ ସବୁକଥା କହିବା ପରେ ପରିବାର ପକ୍ଷରୁ ଆଜି ଭରତପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଭିଯୁକ୍ତ ସୁରଜକୁ ଗିରଫ କରିପାରିନାହିଁ।

ad-week
Leave A Reply

Your email address will not be published.