ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ନିର୍ମାଣାଧୀନ ବ୍ରିଜ

add-all

ବାଉଁଶୁଣି: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର କାମ ଦ୍ରୁତ ଗତିରେ ଚାଲୁରହିଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ପୁରୁଣାପାଣିଠାରୁ ଲୁଣିବାହାଲ ପର୍ଯ୍ୟନ୍ତ ରେଳ ଲାଇନ କାମ ଜୋରସୋରରେ ଆଗେଇ ଚାଲିଛି। ତେବେ ବୌଦ୍ଧ ବ୍ଲକ ଖଲିଆପାଲି ପଞ୍ଚାୟତର ପୁରୁମୁଣ୍ଡା ଗ୍ରାମ ନିକଟରେ ଏହି ରେଳ ଲାଇନର ଏକ ବ୍ରିଜର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ନିମ୍ନମାନର କାମ ଯୋଗୁଁ ଶୁକ୍ରବାର ରାତିରେ ବ୍ରିଜର ଛାତ ଭୁଶୁଡ଼ି ପଡ଼ିଥିବାର ଅଭିଯୋଗ ହୋଇଛି।

ଏହାଛଡ଼ା ଏହି ବ୍ରିଜର ରାସ୍ତା ସ୍କୁଲ ସମ୍ମୁଖ ଦେଇ ଯାଉଥିବାରୁ ଏହାକୁ ନେଇ ପୁରୁମୁଣ୍ଡା ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ହେଁ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଅସନ୍ତୋଷ ଲାଗି ରହିଛି। ବ୍ରିଜ ଭୁଶୁଡ଼ିବା ନେଇ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ହେଁ କାମ ତଦାରଖ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ କ୍ୟାମେରା ସାମ୍ନାକୁ ଆସୁନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ।

ad-week
Leave A Reply

Your email address will not be published.