ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କଲା ନୌସେନା

add-all

ନୂଆଦିଲ୍ଲୀ: ଶନିବାର ଭାରତୀୟ ନୌସେନା ପକ୍ଷରୁ ନୂତଦ ଜ୍ଞାନ କୌଶଳରେ ବିକସିତ ଦୂରଗାମୀ ଶକ୍ତିଶାଳୀ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ଏସମ୍ପର୍କରେ ନୌସେନା ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଏହି କ୍ଷେପଣାସ୍ତ୍ର ବହୁ ଦୂର ପର୍ଯ୍ୟନ୍ତ ଲକ୍ଷଭେଦ କରି ଶତ୍ରୁ ପକ୍ଷକୁ ଆକ୍ରମଣ କରିପାରିବ ବୋଲି କୁହାଯାଇଛି। ଉନ୍ନତ ଜ୍ଞାନ କୌଶଳରେ ନିର୍ମାଣ ହୋଇଥିବା ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ର ଲକ୍ଷଭେଦ କରି ଟାର୍ଗେଟକୁ ହିଟ୍‌ କରିବାର କ୍ଷମତା ରଖିବା ସହ ଶତ୍ରୁ ପକ୍ଷର କମ୍ବାଟ୍‌କୁ ମଧ୍ୟ ନଷ୍ଠ କରିପାରିବାର ସାମର୍ଥ୍ୟ ରହିଛି।
ଆତ୍ମନିର୍ଭର ଭାରତ ଯୋଜନାରେ ଏହି କ୍ଷେପଣାସ୍ତ୍ର ଅନ୍ୟ ଏକ ସଫଳ ପ୍ରକଳ୍ପ ବୋଲି କୁହାଯାଇଛି। ଭାରତୀୟ ନୌସେନା ପକ୍ଷରୁ ନିୟମିତ ଭାବେ ବ୍ରହ୍ମୋସ ପରୀକ୍ଷା କରାଯାଇ ଆସୁଛି। ଏହାକୁ ବିଶ୍ୱର ସବୁଠାରୁ ଲିଥାଲ କ୍ରୁଜ୍‌ ବୋଲି କୁହାଯାଉଛି। ଗତ ନଭେମ୍ବର ୨୦୨୦ରେ ଆଣ୍ଡାମାନ୍‌ ଏବଂ ନିକୋବର ଦୀପପୁଞ୍ଜରରେ ବ୍ରହ୍ମୋସ ସୁପର ସୁନିକ୍‌ କ୍ରୁଜ୍‌ ପରୀକ୍ଷଣ କରାଯାଇଥିଲା। ଏହା କ୍ଷେପଣାସ୍ତ୍ର ଉଭୟ ଜଳ ଏବଂ ସ୍ଥଳ ପଥରୁ ନିକ୍ଷେପ କରାଯାଇ ପାରିବ ।
ସେହିପରି ଗତ ଡିସେମ୍ବର ମାସରେ ଆଉ ଏକ ବ୍ରହ୍ମୋସ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା। ଚାନ୍ଦିପୁରର କ୍ଷେପଣାସ୍ତ୍ର ଘାଟିରୁ ସୁପରସୁନିକ୍‌ ଫାଇଟ୍‌ର ଏୟାର କ୍ରାଫ୍ଟ ସୁଖୋଇ ୩୦ଏମକେ-୧ରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଥିଲା। ଭାରତ-ରୁଷିଆ ମିଳିତ ଜ୍ଞାନ କୌଶଳରେ ଏହି ମିଜାଇଲ୍ ବ୍ରହ୍ମୋସ ତିଆରି ହୋଇଥିଲା । ଏହି କ୍ଷେପଣାସ୍ତ୍ରର ଶତ୍ରୁପକ୍ଷକୁ ଲକ୍ଷ୍ୟଭେଦ କ୍ଷମତା ୪୫୦ରୁ ୬ ଶହ କିଲୋମିଟର ପର୍ଯ୍ୟନ୍ତ ରହିଛି । ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଉଭୟ ଜଳ ଓ ସ୍ଥଳଭାଗରୁ ନିକ୍ଷେପ କରାଯାଇପାରିବ।

ad-week
Leave A Reply

Your email address will not be published.