ଖୁବ୍‌ ଶୀଘ୍ର ଆମ ନାଗରିକଙ୍କୁ ଫେରିବା ପାଇଁ କହିବୁ: ଜେଲେନସ୍କି

add-all

ନୂଆଦିଲ୍ଲୀ: ସମଗ୍ର ୟୁକ୍ରେନ୍‌ ଏବେ ଯୁଦ୍ଧ ଜର୍ଜରିତ। ଆକାଶରୁ ଘନ ଘନ ବୋମା ବର୍ଷଣ, ମିଶାଇଲ, ରକେଟ୍‌ ମାଡ଼ରେ ସବୁକିଛି ନଷ୍ଠଭ୍ରଷ୍ଟ ହୋଇଯାଇଛି। କୋଠାବାଡ଼ି, ଘର ଦ୍ୱାର ସବୁ ଭୁଶୁଡ଼ି ମାଟିରେ ମିଶିଯାଛି। ସବୁଠି ଧ୍ୱସ୍ତବିଧ୍ୱସ୍ତର ଚିତ୍ର। ଯୁଦ୍ଧ ଭୟରେ ନିଜ ଦେଶ ଛାଡ଼ି ପଡ଼ୋଶୀ ଦେଶକୁ ହଜାର ହଜାର ଲୋକ ପଳାୟନ କରିଛନ୍ତି। ଏହିପରିପ୍ରେକ୍ଷୀରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍‌ ଜେଲେନସ୍କି ନିଜ ନାଗରିକଙ୍କୁ ଫେରିବା ପାଇଁ ଆଶ୍ୱସନା ଦେଇଛନ୍ତି। ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ଜାରି କରି ଜେଲେନସ୍କି କହିଛନ୍ତି ଯେ, ମୁଁ ନିଶ୍ଚିତ ଯେ, ଆମେ ଖୁବ୍‌ ଶୀଘ୍ର ଆମ ନାଗରିକଙ୍କୁ ନିଜ ଦେଶକୁ ଫେରିଆସିବା ପାଇଁ କହିବୁ। ଯେଉଁ ନାଗରିକମାନେ ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ ଏବଂ ଅନ୍ୟ ପଡ଼ୋଶୀ ଦେଶରେ ଆଶ୍ରୟ ନେଇଛନ୍ତି ସେମାନଙ୍କୁ ଫେରି ଆସିବା ପାଇଁ କହିବୁ।
ଆପଣ ମାନେ ଯେଉଁଠି ଅଛନ୍ତି ଫେରି ଆସନ୍ତୁ। କାରଣ ଏଠାରେ ଆଉ ବିପଦ ନାହିଁ ବୋଲି ଜେଲେନସ୍କି କହିଛନ୍ତି। ଯୁଦ୍ଧ ଯୋଗୁ ୨ ଲକ୍ଷରୁ ଅଧିକ ୟୁକ୍ରେନ ନାଗରିକ ଦେଶ ଛାଡ଼ି ଆଶ୍ରୟ ପାଇଁ ପଡ଼ୋଶୀ ଦେଶରେ ପହଞ୍ଚିଛନ୍ତି। ଜୀବନ ବଞ୍ଚାଇବା ପାଇଁ ୟୁକ୍ରେନ୍ ଲୋକ ଦେଶ ଛାଡ଼ୁଛନ୍ତି । ଏହି ନାଗରିକମାନେ ପଡ଼ୋଶୀ ପୋଲାଣ୍ଡ, ରୋମାନିଆ ଏବଂ ପୋଲାଣ୍ଡ ସରକାରଙ୍କ ନିକଟରେ ଆଶ୍ରୟ ନେଇଛନ୍ତି । ୟୁକ୍ରେନ୍‌ରେ ନରସଂହାର ପାଇଁ ରୁଷକୁ ଦାୟୀ କରାଯାଉ ବୋଲି ୟୁକ୍ରେନ୍‌ ଦାବି କରିଛି।
ଅନ୍ୟପକ୍ଷରେ ୧୦ ଦିନ ହେଲା ରୁଷ କରୁଥିବା ଆକ୍ରମଣରେ ୨୮ ଜଣ ଛୋଟ ପିଲା ପ୍ରାଣ ହରାଇଥିବା ୟୁକ୍ରେନ ସରକାର ଦାବି କରିଛନ୍ତି। ସେହିପରି ୮୪୦ ଜଣ ପିଲା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ପିଲାଙ୍କ ଅବସ୍ଥା ଗୁରୁତର ରହିଛି। ୟୁକ୍ରେନର ଜାତୀୟ ସୁରକ୍ଷା ପରିଷଦ ମୁଖ୍ୟ ଓଲେକସିୟା ଡାନଲୋଭ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.