ଦାରିଙ୍ଗବାଡ଼ିରେ ବିଦ୍ୟୁତ ବିଭାଗ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ଅଭିଯାନ

add-all

ଦାରିଙ୍ଗବାଡ଼ି (୦୫/୦୩) : ଦାରିଙ୍ଗବାଡ଼ି ଟାଟା ପାୱର ବିଦ୍ୟୁତ ବିଭାଗ ପକ୍ଷରୁ ୫୧ ତମ ଜାତୀୟ ସୁରକ୍ଷା ସପ୍ତାହ ଅଭିଯାନ ଓ ଲାଇନମ୍ୟାନ ଡେ କାର୍ଯ୍ୟକ୍ରମ ଡୁଲୁରି ପାଇନ ବଣରେ ଆୟୋଜନ ହୋଇଯାଇଥିଲା । ଏହି କାର୍ଯ୍ୟକ୍ରମ ୪ ମାର୍ଚ୍ଚ ରୁ ୧୧ ମାର୍ଚ ପର୍ଯ୍ୟନ୍ତ ସପ୍ତାହ ଧରି ପାଳନ ହେବ । ଏହି ଅବସରରେ ବିଭାଗର କନିଷ୍ଠ ଯନ୍ତ୍ରୀ ଶିବପ୍ରସାଦ ନାୟକ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରିଙ୍କୁ ନିଜର ସୁରକ୍ଷା ବ୍ୟବସ୍ଥା ନେଇ କାର୍ଯ୍ୟ କରିବାକୁ ସଚେତନ କରିବା ସହ ଲୋକଙ୍କୁ ବିଦ୍ୟୁତ ନିରାପତାରୁ ସୁରକ୍ଷା ଦେବା ପାଇଁ ମଧ୍ୟ ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଲିଂ ସୁପରଭାଇଜର ସୁଶାନ୍ତ ସାହୁ, ରକ୍ଷଣାବେକ୍ଷଣ ସୁପରଭାଇଜର ସୂର୍ଯ୍ୟକାନ୍ତ ରାଉତ, ଲାଇନମ୍ୟାନ ଡ଼ି.ସନ୍ତୋଷ ଦୋରା , ନିରଞ୍ଜନ ମହାରଣା, ସୁକାନ୍ତ ପାଢ଼ୀ, ଶ୍ରବଣ ନାୟକ, ଜଗତ ଜୀବନ ଜେନା ପ୍ରମୁଖ କର୍ମଚାରି ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.