ବିଜେପିରୁ ଟିକେଟ ନମିଳିବାରୁ ମୟଙ୍କ ବହୁଗୁଣା ସପାରେ ମିଶିଲେ

Independence

ଲକ୍ଷ୍ନୌ: ବିଜେପିରୁ ଟିକେଟ ନମିଳିବା ପରେ ଉତ୍ତରପ୍ରଦେଶର ବିଜେପି ନେତ୍ରୀ ରୀତା ବହୁଗୁଣା ଜୋଷୀଙ୍କ ପୁଅ ଦଳ ଛାଡ଼ି ସମାଜବଦୀ ପାର୍ଟି(ସପା)ରେ ଯୋଗ ଦେଇଛନ୍ତି। ସପାରେ ମିଶିଥିବା ମୟଙ୍କ ବହୁଗୁଣା ବିଜେପି ପକ୍ଷରୁ ହେଉଥିବା ପରିବାରବାଦ ଅଭିଯୋଗକୁ ନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ପରିବାର ବାଦ ଅଭିଯୋଗ ହେଉଛି ଏକ ମାୟା। ତାହା ଭାରି ଅବୁଝା। ସେହିପରି ଟିକେଟ ନମିଳିବାରୁ ମୟଙ୍କ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ମୟଙ୍କ କହିଛନ୍ତି ଯେ, ଦଳ ପକ୍ଷରୁ ମୋତେ ଟିକେଟ ଦିଆଗଲାନି।
ହେଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ପୁଅଙ୍କୁ ଟିକେଟ ମିଳିଲା। ସେ କହିଛନ୍ତି ଯେ, ବିଜେପି ଯେଉଁ ପରିବାର ବାଦ ଅଭିଯୋଗୁ ଆଣୁଛି ତାର ଅର୍ଥ ମୁଁ ବୁଝିପାରୁନି। ସେ କହିଛନ୍ତି ଯେ, ମୁଁ ଜାଣିବାକୁ ଚାହୁଁଛି କେଉଁ ଆଧାରରେ ରାଜନାଥ ସିଂହଙ୍କ ପୁଅଙ୍କୁ ଟିକେଟ ମିଳିଲା। କିନ୍ତୁ ରୀତା ବହୁଗୁଣାଙ୍କ ପୁଅଙ୍କୁ ଟିକେଟ ମିଲିଲାନି। ସେ ଆହୁରୀ କହିଛନ୍ତି ଯେ, ମୁଁ ବିଜେପିରେ ୧୩ ବର୍ଷ ବିତେଇଛି। କିନ୍ତୁ ଏହା ବଦଳରେ ମୁଁ କିଛି ପାଇ ନାହିଁ। ଦଳ କିଛି ଦେଲା ନାହିଁ। ସେଥିରେ ମୋର ମନ ଦୁଃଖ ନାହିଁ। ଠିକ୍‌ ଅଛି। କିନ୍ତୁ ଏବେ ମୁଁ ଭାରି ସନ୍ତୁଷ୍ଟ ।
କାରଣ ସପା ଦଳରେ ଯୁବପିଢିଙ୍କୁ ସୁଯୋଗ ମିଳୁଛି। ସପାରେ ଯୁବପିଢ଼ିଙ୍କର ଭବିଷ୍ୟତ ଅଛି। ମୁଁ ସପାରେ ଯୋଗ ଦେଇ ଖୁସି ଅଛି। ଏହି ଦଳ ହେଉଛି ଏକ ପ୍ରଗତୀ ସମ୍ପନ୍ନ ଦଳ। ମୟଙ୍କ କହିଛନ୍ତି ଯେ, ମୋ ମା’ ଏବେ ରାଜନୀତରୁ ସନ୍ନ୍ୟାସ ନେବା ସ୍ଥିତିରେ ଅବତୀର୍ଣ୍ଣ। ମାଙ୍କୁ ୭୩ ବର୍ଷ ହୋଇଥିବାରୁ ସେ ପ୍ରାୟତଃ ରାଜନୀତି ଛାଡ଼ି ଦେଲେଣି। ସେହିପରି ସେ ମଧ୍ୟ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସେ ଏବେ ନିଜ ରାଜୀତିକ ଅଭିଜ୍ଞତାର ବହି ଲେଖିବାକୁ ଯାଉଛନ୍ତି ବୋଲି ମୟଙ୍କ କହିଛନ୍ତି।

ad-week
Leave A Reply

Your email address will not be published.