ଅପରେଶନ୍ ଗଙ୍ଗା’ ଅଭିଯାନ ସଫଳ : ମୋଦି

add-all

ପୁଣେ: ୟୁକ୍ରେନ୍‌ ସଙ୍କଟରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିବା ‘ଅପରେଶନ୍ ଗଙ୍ଗା’ ଅଭିଯାନ ସଫଳ ହୋଇଛି। ଯେଉଁ କାମ ବଡ଼ ବଡ଼ ଦେଶମାନେ କରିପାରିଲେ ନାହିଁ , ତାହା ଭାରତ କରିଦେଖାଇଛି। ଆମ ଲୋକଙ୍କୁ ଆମେ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛୁ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପୁଣେର ସିମବାୟୋସିସ୍ ବିଶ୍ୱଦ୍ୟାଳୟରେ ସ୍ୱର୍ଣ୍ଣ ଜୟନ୍ତୀ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଛନ୍ତି ଯେ, ଅପରେଶନ୍ ଗଙ୍ଗା ମାଧ୍ୟମରେ ଆମେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରି ସ୍ୱେଦେଶ ଫେରେଇ ଆଣିଛୁ। ବଡ ବଡ଼ଦେଶମାନେ ମଧ୍ୟ ଏହା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କିନ୍ତୁ ଭାରତ ସହଜରେ ଏହା କରିପାରିଛି। ବିଶ୍ୱସ୍ତରରେ ଭାରତର ପ୍ରଭାବ ବୃଦ୍ଧି ପାଉଥିବାରୁ ଏହା ସଫଳ ହୋଇପାରିଣିଛି। ଆମେ ସଫଳତାର ସହ କୋଭିଡକୁ ପରିଚାଳନା କରିଛୁ । ବର୍ତ୍ତମାନ ୟୁକ୍ରେନରେ ଉପୁଜିଥିବା ପରିସ୍ଥିତିର ମଧ୍ୟ ପରିଚାଳନା କରୁଛୁ ବୋଲି ମୋଦି କହିଛନ୍ତି। ଗତକାଲି ଉଦ୍ଧାର କାର୍ଯ୍ୟକୁ ନେଇ ମୋଦି ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଯୁଦ୍ଧ ଘେରରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଫେରାଇ ଆଣିବା ନେଇ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।
ଅପରେସନ୍ ଗଙ୍ଗାକୁ ତ୍ୱରାନ୍ୱିତ କରିବା ତଥା ସୁମୀରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପ୍ରକ୍ରିୟାକୁ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ପ୍ରୀୟୂଷ ଗୋଏଲଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.