କନଷ୍ଟେବଳଙ୍କ ଗୁଳି ଚାଳନାରେ ୫ ବିଏସଏଫ୍‌ ଯବାନଙ୍କ ମୃତ୍ୟୁ

Independence

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ଅଧୀନ ଖାସାଠାରେ ଆଜି ସକାଳେ ଗୁଳିକାଣ୍ଡ ଘଟି ୫ ବିଏସଏଫ୍‌ ଯବାନଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଉ ୬ ଯବାନ ଆହତ ହୋଇଛନ୍ତି। ଏହି ଗୁଳିକାଣ୍ଡ କଟ୍ଟପା ନାମକ କନଷ୍ଟେବଳ କରିଥିବା ବେଳେ ଏଥିରେ ତାଙ୍କର ବି ମୃତ୍ୟୁ ହୋଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳୁ ହଠାତ୍‌ କଟ୍ଟପା ହାତରେ ବନ୍ଧୁକ ଧରି ଆଖି ବୁଜା ଗୁଳି ଚଳାଇବାକୁ ଲାଗିଥିଲେ। ହେଲେ ଏହାର କାରଣ ଜଣାପଡ଼ିନି। ଅତ୍ୟଧିକ କାମ ଚାପ କିମ୍ବା ପାରିବାରିକ ସମସ୍ୟା ପାଇଁ ସେ ଏପରି କାଣ୍ଡ ଘଟାଇଛନ୍ତି ତାହାର ତଦନ୍ତ ଚଳାଇଛି ପୁଲିସ୍‌ ।ଆହତମାନଙ୍କୁ ଗୁରୁ ନାନକ ଦେବ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଅଚାନକ ଏପରି ଘଟଣାକୁ ବିଶ୍ୱାସ କରିପାରୁ ନାହାନ୍ତି ମୃତ ବିଏସଏଫ ଯବାନଙ୍କ ପରିବାର ସଦସ୍ୟ।

ad-week
Leave A Reply

Your email address will not be published.