ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

add-all

ଭୁବନେଶ୍ବର: ଯୁଦ୍ଧତ୍ରସ୍ତ ୟୁକ୍ରେନରୁ ଅଧାରୁ ପାଠପଢ଼ା ଛାଡ଼ି ଫେରି ଆସିଥିବା ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ କ୍ୟାରିୟର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ୟୁକ୍ରେନରେ ଅନିଶ୍ଚିତତା ଲାଗି ରହିଥିବା ଏବଂ ଏପଟେ ମେଡିକାଲ ପାଠପଢ଼ା ଓ କ୍ୟାରିୟରକୁ ନେଇ ବହୁ ଛାତ୍ରଛାତ୍ରୀ ଚିନ୍ତାରେ ଅଛନ୍ତି।

ତେଣୁ ସେଭଳି ଛାତ୍ରଛାତ୍ରୀଙ୍କ ପାଇଁ ଦେଶରେ ଥିବା ମେଡିକାଲ କଲେଜରେ ପାଠ୍ୟ ଗ୍ରହଣର ବ୍ୟବସ୍ଥା ଲାଗି ପଦକ୍ଷେପ ନେବାକୁ ନ୍ୟାସନାଲ ମେଡିକାଲ କମିଶନ ଓ ସଂପୃକ୍ତ ମନ୍ତ୍ରାଳୟ ସହ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ନବୀନ। ଫଳରେ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ ସେମାନଙ୍କ ପାଠପଢ଼ା ଆଗକୁ ନେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି।

ତେବେ ଫରେନ୍ ମେଡିକାଲ୍ ଗ୍ରାଜୁଏଟ୍ସ ଭାରତରେ ଇଣ୍ଟର୍ଣ୍ଣସିପ୍ କରିପାରିବେ ବୋଲି କହିଥିଲା ଏନ୍‌ଏମ୍‌ସି । ୟୁକ୍ରେନ୍‌ରେ ଯୁଦ୍ଧ ଯୋଗୁ ସ୍ୱଦେଶ ଫେରିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏଭଳି ନିଷ୍ପତ୍ତି ନେଇଛି ନ୍ୟାସନାଲ ମେଡିକାଲ କମିଶନ। ଯୁଦ୍ଧ ଯୋଗୁ ୟୁକ୍ରେନ୍‌ର ମେଡିକାଲ ଛାତ୍ର ଯଦି ନିଜ ଇଟର୍ଣ୍ଣସିପ୍ ସାରି ପାରିନଥିବେ ସେମାନେ ଭାରତରେ ଇଣ୍ଟର୍ଣ୍ଣସିପ୍ କରିପାରିବେ। ତେବେ ଏଥିପାଇଁ ସେମାନଙ୍କୁ ସ୍କ୍ରିନିଂ ଟେଷ୍ଟ ଦେବାକୁ ପଡ଼ିବ।

ad-week
Leave A Reply

Your email address will not be published.