ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳାଙ୍କୁ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର

add-all


ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳା କୁମାରୀ ସାହୁଙ୍କୁ ନୂଆଦିଲ୍ଲୀରେ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର ପ୍ରଦାନ କରାଯାଇଛି।ସେ ବର୍ତ୍ତମାନ ଜଗତସିଂହପୁର ଜବାହର ନବୋଦୟ ବିଦ୍ୟାଳୟରେ ଗଣିତ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ।କରୋନା କାଳରେ ଅନଲାଇନରେ ସରଳ ବୋଧଗମ୍ୟ ଭାଷାରେ ବୁଝାଇ ସ୍ଵତନ୍ତ୍ର ଆପ୍ ବ୍ୟବହାର କରି glory with mathematics ୟୁଟ୍ୟୁବ୍ ଚାନେଲ୍ pramilasahoo.com website ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରି ଆସୁଛନ୍ତି। ନୂଆ ଜ୍ଞାନ କୌଶଳ ଦ୍ଵାରା ସେ ଗଣିତର ଗହନତତ୍ତ୍ଵକୁ ବୁଝାଇ ପାରିଛନ୍ତି। ତାଙ୍କର ଏହି ସଫଳତାର ଶ୍ରେୟ ସ୍ଵାମୀ ଇଂ.ଶୁଭେନ୍ଦୁ ଶେଖର ସାହୁ ଶ୍ଵଶୁର ଜାତୀୟ ପୁରସ୍କାର ପ୍ରାପ୍ତ ଟିକାବାଲି ଶିକ୍ଷା ଜିଲ୍ଲା ଅଧିକାରୀ ଉଦୟନାଥ ସାହୁ, ଓଡ଼ିଆ ବିଭାଗ ଅଧ୍ୟାପକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, ଶଶାଙ୍କ ଶେଖର ସାହୁ ଙ୍କୁ ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.