ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ଵର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ଯେ, ନାରୀ ସଶକ୍ତିକରଣ ପାଇଁ ଓଡ଼ିଶା ସବୁବେଳେ ପଦକ୍ଷେପ ନେଇଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହା ସହ ମହିଳାଙ୍କ ନେତୃତ୍ଵକୁ ସମ୍ମାନ ଦେବା ପାଇଁ ଆହ୍ଵାନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ୧୯୭୫ରୁ ପ୍ରତି ବର୍ଷ ମାର୍ଚ୍ଚ ୮ତାରିଖରେ ଜାତିସଂଘ ଆନୁକୂଲ୍ୟରେ ପାଳନ କରାଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କୁ ସମ୍ମାନ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ତଥା ସେମାନଙ୍କ ରାଜନୀତିକ, ସାମାଜିକ ଏବଂ ଆର୍ଥିକ ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ବାଇଗଣୀ ରିବନ ଅନ୍ତର୍ଜାତୀୟ ମହିଳା ଦିବସର ପ୍ରତୀକ ।

ad-week
Leave A Reply

Your email address will not be published.