ଏସ୍‌ପି ତ୍ରିନାଥ ମିଶ୍ର ଗିରଫ ମାମଲାରେ ସ୍ତ୍ରୀଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ ହାଇକୋର୍ଟ

add-all

କଟକ: ଭିଜିଲାନ୍ସ ଜାଲରେ ପଡ଼ି ଅତିରିକ୍ତ ଏସ୍‌ପି (କମ୍ୟୁନିକେସନ୍) ତ୍ରିନାଥ ମିଶ୍ର ଗିରଫ ହେବା ମାମଲାରେ ସ୍ତ୍ରୀ ଦୀପ୍ତିମୟୀ ମିଶ୍ରଙ୍କୁ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତ୍ରିନାଥଙ୍କ ସ୍ତ୍ରୀଙ୍କ ନାଁରେ ମାମଲା ଥିଲା। ଗିରଫଦାରିଙ୍କୁ ଏଡେଇବା ପାଇଁ ଦୀପ୍ତିମୟୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

ସୂଚନାଯୋଗ୍ୟ ରାଜ୍ୟ ସରକାର ତ୍ରିନାଥ ମିଶ୍ରଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ବିଭିନ୍ନ ସ୍ତରରୁ ଅଭିଯୋଗ ଆସିବା ପରେ କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ ନବରଙ୍ଗପୁର ଆଦି ଜିଲ୍ଲାର ୧୧ଟି ସ୍ଥାନରେ ଥିବା ତାଙ୍କର ବିଭିନ୍ନ ସମ୍ପତ୍ତି ଉପରେ ଭିଜିଲାନ୍ସ ପକ୍ଷରୁ ଏକା ସମୟରେ ଚଢ଼ଉ କରାଯାଇଥିଲା। ଏଥିରୁ ବିପୁଳ ପରିମାଣରେ ସମ୍ପତ୍ତି ଥିବାର ଜଣାଯାଇଥିଲା। ତାଙ୍କ ପାଖରୁ ସମୁଦାୟ ପ୍ରାୟ ୯ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଥିଲା। ଶ୍ରୀ ‌ମିଶ୍ର ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି।

ତ୍ରିନାଥ ମିଶ୍ର ଗିରଫ ହେବା ଓ ନିଜ ନାଁରେ ମାମଲା ରୁଜୁ ହେବା ପରେ ଦୀପ୍ତିମୟୀ ଭିଜିଲାନସ୍‌କୁ ଚ୍ୟାଲେଞ୍ଜ୍‌ କରିଥିଲେ। ସେ କହିଥିଲେ ଯେ, ଜବତ ହୋଇଥିବା ସମ୍ପତ୍ତି ତାଙ୍କର ପୈତୃକ ସମ୍ପତ୍ତି। ତାଙ୍କ ବାପଘର ଓ ଶ୍ବଶୁର ଘର ଲୋକ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ବୋଲି ସେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ।

ad-week
Leave A Reply

Your email address will not be published.