ମାଲକାନଗିରିରେ ନିର୍ମାଣ ହେବ ବିମାନବନ୍ଦର

add-all

ଭୁବନେଶ୍ବର: ମାଲକାନଗିରିରେ ନିର୍ମାଣ ହେବ ବିମାନବନ୍ଦର। ତ୍ୱରିତ ଭାବେ ଏହାର ନିର୍ମାଣ ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ୨୦୨୪ ଜାନୁଆରୀ ସୁଦ୍ଧା ଅନ୍ତଃରାଜ୍ୟ ବିମାନବନ୍ଦର କାର୍ଯ୍ୟକ୍ଷମ ହେବ। ମାଲକାନଗିରି ଜିଲ୍ଲା ରାଜ୍ୟ ରାଜଧାନୀ ଠାରୁ ବହୁ ଦୂରରେ ଥିବାରୁ ଏହି ବିମାନବନ୍ଦର ସେଠାକାର ଗୁଣାତ୍ମକ ସ୍ୱାସ୍ଥ୍ୟ ଓ ଶିକ୍ଷା ସେବା ଯୋଗାଇବାରେ ସହାୟକ ହେବ ବୋଲି କୁହାଯାଉଛି। ଏହାଦ୍ୱାରା ଜିଲ୍ଲାର ଅର୍ଥନୈତିକ ଓ ବାଣିଜ୍ୟିକ କାରବାର ମଧ୍ୟ ବୃଦ୍ଧି ପାଇବ। ଏହାକୁ 2B କାଟାଗୋରୀ ବିମାନବନ୍ଦର ଭାବେ ନିର୍ମାଣ କରାଯିବ।

ଏହାର ନିର୍ମାଣ ପାଇଁ ୨୯କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୧୨୬ ଏକର ପରିମିତ ଜାଗାର ଅଧିଗ୍ରହଣ ଶେଷ ହୋଇଛି। ପ୍ରଥମେ ରାଜ୍ୟ ମଧ୍ୟରେ ଏଠାରୁ ଛୋଟ ବିମାନ ଓ ପରେ ବଡ଼ ବିମାନ ଚଳାଚଳ କରିବ ବୋଲି କହିଛନ୍ତି ମୁଖ୍ୟ ସଚିବ। ବୈଠକରେ ବାଣିଜ୍ୟ ଓ ପରିବହନ ସଚିବ ବିଷ୍ଣୁପଦ ସେଠୀ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା, ଅର୍ଥ ସଚିବ ବିଶାଲ ଦେବ ଓ ଭାରତୀୟ ବିମାନସେବା ପ୍ରାଧିକରଣ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.