ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ରୁ ୨୪ ପର୍ଯ୍ୟନ୍ତ ବନ୍ଦ ରହିବ +୩ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା

add-all

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୌର ନିର୍ବାଚନ ହେଉଛି। ପୌର ନିର୍ବାଚନ ପାଇଁ ତିନି ଦିନ ପାଇଁ ଅର୍ଥାତ ମାର୍ଚ୍ଚ ୨୨ରୁ ୨୪ ତାରିଖ ଯାଏଁ ଯୁକ୍ତ ୩ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ପରୀକ୍ଷା ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ କୂଳପତି ଓ କଲେଜ ଅଧକ୍ଷମାଙ୍କୁ ଚିଠି ଲେଖାଯାଇଛି

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ପୌର ନିର୍ବାଚନ ପାଇଁ କଲେଜ ଗୁଡ଼ିକରେ ଭୋଟ୍‌ ଗ୍ରହଣ ପାଇଁ ବୁଥ୍‌ କରାଯିବ। ଏନେଇ ପୂର୍ବରୁ ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟ ନିର୍ବାଚନ କମିସନ୍‌ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା ଯେ, ପୌର ନିର୍ବାଚନ ସମୟରେ ୨୦୨୨ ମାର୍ଚ୍ଚ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କଲେଜ କୋଠାଗୁଡ଼ିକ ଭୋଟ୍‌ ଗ୍ରହଣ ପାଇଁ ବ୍ୟବହାର କରାଯିବ। ଏତଦ୍‌ ବ୍ୟତୀତ ସହରାଞ୍ଚଳର ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୨୪ ତାରିଖରେ ଭୋଟ୍‌ ଦେବାକୁ ଯିବେ। ‌ତେଣୁ ମାର୍ଚ୍ଚ ୨୨ରୁ ୨୪ ତାରିଖରେ କଲେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ବନ୍ଦ ରହିବ।

ad-week
Leave A Reply

Your email address will not be published.