ଆନ୍ତର୍ଜାତୀୟ ମହିଳା ଦିବସରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ହ୍ୟାଲି ମ୍ୟାଡ଼ାମଙ୍କ ୪୦ତମ ରକ୍ତଦାନ

add-all

ଫୁଲବାଣୀ : ଆଜି ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରି ଆସୁଥିବା ମହିଳାମାନଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଇଛି। ସେହିପରି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ଜଣେ ମହିଳା ଚର୍ଚ୍ଚା ର ପରିସରକୁ ଆସିଥିଲେ। ସେ ହେଉଛନ୍ତି ଫୁଲବାଣୀ ସାହିର ଜଗନ୍ନାଥ ସାହି ବାସିନ୍ଦା ରୀନାରାଣୀ ହାଲି, ସ୍ବାମୀ ମହେଶ୍ୱର ହାଲି । ହାଲି ମହାଶୟା ଏଯାବତ୍ ମୋଟ ୪୦ ଥର ରକ୍ତଦାନ କରି ଆସିଛନ୍ତି। ଯେତେବେଳେ ବି ରକ୍ତର ଆବଶ୍ୟକତା ପଡ଼େ ହାଲି ମାଡାମ୍ ସ୍ବେଚ୍ଛାକୃତ ଭାବେ ଚାଲି ଆସନ୍ତି। ଆଜିର ମହିଳା ଦିବସ ଅବସରରେ ସେ ୪୦ ତମ ରକ୍ତଦାନ କରିଛନ୍ତି। ମାଡାମଙ୍କ ଏଭଳି ସମାଜ ସେବା ପାଇଁ ଜିଲ୍ଲାପାଳ ମହୋଦୟା ମାନପତ୍ର ଦେଇ ସମ୍ମାନିତ କରିଛନ୍ତି।

ad-week
Leave A Reply

Your email address will not be published.