ଆମେ ପାଲଟା କଟକଣା ଲଗାଇଲେ ପରିସ୍ଥିତି ଅସମ୍ଭାଳ ହେବ : ପୁଟିନ

add-all

ନୂଆଦିଲ୍ଲୀ: ପଶ୍ଚିମ ଦେଶକୁ ଧମକାଇଲା ରୁଷ। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧକୁ ବିରୋଧ କରି ରୁଷ ବିପକ୍ଷରେ ପଶ୍ଚିମ ଦେଶମାନେ ମିଳିତ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ବିରୋଧରେ ମୁହଁ ଖୋଲିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମରି ପୁଟିନ। ସେ କହିଛନ୍ତି ଯେ, ଆମେ ପାଲଟା କଟକଣା ଲଗାଇଲେ ପରିସ୍ଥିତି ଅସମ୍ଭାଳ ହେବ। ଯୁଦ୍ଧକୁ ବିରୋଧ କରି ଏକାଧିକ ପଶ୍ଚିମ ଦେଶମାନେ ଲଗାଇଥିବା ପ୍ରତିବନ୍ଧକ ରୁଷର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ୧୯୯୧ରେ ସୋଭିଏତ ୟୁନିଅନ୍‌ ଭାଙ୍ଗିବା ପରଠାରୁ ରୁଷ ସବୁଠାରୁ ଖରାପ ସ୍ଥିତିରେ ସମ୍ମୁଖୀନ ହୋଇଛି। ୟୁକ୍ରେନ୍‌ରେ ମସ୍କୋ ପକ୍ଷରୁ ଆକ୍ରମଣପରଠାରୁ ରୁଷର ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ମଙ୍ଗଳବାର ରୁଷଠାରୁ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ କ୍ଷେତ୍ରରେ ଆମେରିକା ରାଷ୍ଟ୍ରପତି ତୁରନ୍ତ ପ୍ରତିବନ୍ଧକ ଲଗାଇଛନ୍ତି । ଗତ ସପ୍ତାହରେ ରୁଷ ତୈଳ ଦରକୁ ନେଇ ଧମକ ଦେଇଥିଲା।
ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩୦୦୦ ଡଲାର ଛୁଇଁବ ବୋଲି ରୁଷ ଧମକ ଦେଇଥିଲା। ଯଦି ଆମେରିକା ଏବଂ ୟରୋପୀୟ ଦେଶମାନେ ରୁଷର ଅଶୋଧିତି ତୈଳ ଆମଦାନୀ ନକରନ୍ତି ତେବେ ଆନ୍ତର୍ଜାତୀୟସ୍ତରରେ ଏହାର ଦର ଆକାଶ ଛୁଆଁ ହେବ ବୋଲି ରୁଷ ଧମକ ଦେଇଥିଲା। ରୁଷ କହିଛି ଯେ, ୟୁରୋପ୍ ବାର୍ଷିକ ୫୦୦ ମିଲିଅନ୍‌ ଟନ୍‌ ଅଶୋଧିତ ଦୈଳ ଆମଦାନୀ କରେ।
ଏଥିରୁ ରୁଷ ପ୍ରାୟ ୩ ପ୍ରତିଶତ ଅର୍ଥାତ ୧୫୦ ମିଲିଅନ୍‌ ଟନ୍‌ ରପ୍ତାନୀ କରେ। ସେହିପରି ୮୦ ପ୍ରତିଶତ ୮୦ ମିଲିଅନ୍‌ ଟନ୍‌ ପେଟ୍ରୋ କେମିକାଲସ୍‌ ସାମଗ୍ରୀ ମଧ୍ୟ ରୁଷ ରପ୍ତାନୀ କରେ। ରୁଷ ରାଷ୍ଟ୍ରପତି ପୁଟିନ୍‌ କହିଛନ୍ତି ଯେ, ରୁଷର ସୁରକ୍ଷା ପାଇଁ ୟୁକ୍ରେନ୍‌ର ସାମରିକ କାର୍ଯ୍ୟାନୁଷ୍ଠାନ ଜରୁରୀ ଥିଲା। ରୁଷ ସୀମାରେ ଆମେରିକା ନାଟୋ ସହ ମିଶି କିଭ୍‌ ସମର୍ଥନରେ ଶକ୍କି ବୃଦ୍ଧି ପାଇଁ ଯୋଜନା କରୁଥିବାରୁ ଏହା ରୁଷ୍ ପାଇଁ ବିପଦ ଥିଲା । ତେଣୁ ୟୁକ୍ରେନ୍‌ରେ ସାମରିକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ଥିଲା ବୋଲି ରୁଷ କହିଛି। ସୂଚନା ଅନୁଯାୟୀ ୟୁକ୍ରେନ଼୍-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ଦ୍ୱାଦଶ ଦିନରେ ପହଞ୍ଚିଛି।

ad-week
Leave A Reply

Your email address will not be published.