ମମିତା ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଓ ସହଯୋଗୀ ରାଧେ

add-all

ବଲାଙ୍ଗିର: ମମିତା ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଗିବିନ୍ଦ ସାହୁ ଓ ସହଯୋଗି ରାଧେଶ୍ୟାମ ଚଣ୍ଡି । କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଦୁଇ ଅଭିଯୁକ୍ତ ହାଜର କରାଯାଇଛି । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ ପରେ ଆଜି ହେବ ଚାର୍ଜ ଫ୍ରେମ, ପରେ ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୧ରେ ହେବ ।

ଆଜିଠୁ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ନିଜର ଓକିଲଙ୍କ ମଧ୍ୟ ପରିବର୍ତ୍ତନ କରିଛି ଗୋବିନ୍ଦ । ଅକ୍ଟୋବର ୮ ରେ ମମିତା ନିଖୋଜ ହୋଇଯାଇଥିଲେ। ତାଙ୍କ ନିଖୋଜ ପଛରେ ଗୋବିନ୍ଦ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ମମିତାଙ୍କ ପରିବାର ସଦସ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅକ୍ଟୋବର ୧୯ ରେ, ପୋଲିସ ଉପସ୍ଥିତିରେ ବିଦ୍ୟାଳୟର ଷ୍ଟାଡିୟମ ନିର୍ମାଣ ସ୍ଥାନରୁ ମମିତାଙ୍କ ଶରୀରର ଅସ୍ଥି ବାହାର କରାଯାଇଥିଲା।

ଏହି ଘଟଣାରେ ପ୍ରଧାନ ଅଭିଯୁକ୍ତଙ୍କ ସହ ଲିଙ୍କ ଥିବାରୁ ବିରୋଧୀ ବିଜେପି ଓ କଂଗ୍ରେସ ମନ୍ତ୍ରୀ ଦିବ୍ୟା ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରିଥିଲେ।

ad-week
Leave A Reply

Your email address will not be published.