୨୦ ହଜାର ଟଙ୍କାର ସୁପାରୀ ନେଇ ବିହାରୀ ମିସ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା: ଡିସିପି

add-all

କଟକ: ବିହାରୀ ମିସ୍ତ୍ରି ଆଜାଦ କୁମାର ଯାଦବ ହତ୍ୟାକାଣ୍ଡ ପଛର ରହସ୍ୟ କହିଛି ପୁଲିସ। ପୁଲିସ ଏହି ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି | ଆଜି କଟକ ଡିସିପି ପ୍ରତୀକ ସିଂହ ଏବାବଦରେ ସୂଚନା ଦେଇଛନ୍ତି | ଡିସିପି ସୂଚନା ଦେଇ କହିଛନ୍ତି ଯେ ପରକୀୟା ପ୍ରୀତି ପାଇଁ ଏହି ହତ୍ୟାକାଣ୍ଡ ହୋଇଛି | ଏହି ଘଟଣାରେ ଅଭିଯୁକ୍ତ ମୁନିଲାଲ ଶର୍ମା ଓ କୈଳାଶ ଚୌଧୁରୀ ଗିରଫ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତ ପଙ୍କଜ ଶର୍ମା ଫେରାର ଅଛନ୍ତି | ଆଜାଦ କୁମାର ଯାଦବକୁ ହତ୍ୟା ପାଇଁ ୨୦ ହଜାର ଟଙ୍କାର ସୁପାରୀ ଦିଆଯାଇଥିଲା |

ମିଳିଥିବା ସୂଚନା ମୁତାବକ ଗତ ଫେବୃୟାରୀ ୨୫ ତାରିଖରୁ ନିଖୋଜ ଥିବା ବିହାରୀ ମିସ୍ତ୍ରି ଆଜାଦ୍ ଯାଦବ(୨୬)ଙ୍କ ଗଳିତ ମୃତଦେହକୁ ୫ଦିନ ତଳେ କଟକ ବିଡ଼ାନାସୀ ଥାନା ପୁଲିସ ମହାନଦୀ ଗଜିଆ ପଠାରୁ ଜବତ କରିଥିଲା ।

ମୁଣ୍ଡକୁ ପଥରରେ ଛେଚି ଦିଆଯାଇଥିବା ବେଳେ ହାତକୁ ହାଣି ଦୂରକୁ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ସେହିଭଳି ଆଜାଦ୍‌ଙ୍କ ପେଟରେ ବିଅର୍‌ ବୋତଲ ଭୁସି ଦିଆଯାଇଥିବା ଜଣାପଡ଼ିଛି। ତେଣୁ ଯୋଜନାବଦ୍ଧ ଭାବେ ତାଙ୍କୁ ମହାନଦୀ ପଠାକୁ ନେଇ ହତ୍ୟା କରାଯାଇଛି ବୋଲି ପୁଲିସ ଜାଣିବାକୁ ପାଇଥିଲା |

ମିଳିଥିବା ସୂଚନାନୁଯାୟୀ ପ୍ରାୟ ବର୍ଷକ ତଳେ ଭୁବନେଶ୍ବରର କେଶୁରାରେ ଗୋଟିଏ କୋଠାରେ ରହୁଥିବା ଆଜାଦ ଓ ପଙ୍କଜ ଶର୍ମାଙ୍କ ଭିତରେ ଭୟଙ୍କର ଗଣ୍ଡଗୋଳ ହୋଇଥିଲା। ପଙ୍କଜଙ୍କ ପତ୍ନୀଙ୍କ ସହିତ ଆଜାଦଙ୍କ ସମ୍ପର୍କକୁ କେନ୍ଦ୍ର କରି ଏହି ବିବାଦ ସୃଷ୍ଟି ହୋଇଥିଲା। ଗଣ୍ଡଗୋଳ ପରଠାରୁ ଉଭୟ ଅଲଗା ରହୁଥିଲେ। ଆଜାଦ ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଅନ୍ୟ ବିହାରୀ ମିସ୍ତ୍ରିଙ୍କ ସହିତ ରହୁଥିଲେ। ପଙ୍କଜ କଟକ ଚାଉଳିଆଗଞ୍ଜରେ ରହି ସିଲିଂ କାମର ଠିକାଦାରୀ କରୁଥିବା ନିଜ ବଡ଼ ବାପା ପୁଅ ଭାଇ ମୁନିଲାଲ ଶର୍ମାକୁ ସହଯୋଗ କରୁଥିଲା। ତାରି ମାଧ୍ୟମରେ ଆଜାଦକୁ ସବୁଦିନ ପାଇଁ ରାସ୍ତାରୁ ସେ ହଟାଇ ଦେଇଥିବା ଏବେ ଜଣାପଡିଛି |

ad-week
Leave A Reply

Your email address will not be published.