ଆଜି ରାଜ୍ୟରେ ୧୭୦ ଜଣ କରୋନାରୁ ସୁସ୍ଥ

add-all

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଜି ୧୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୪୯ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୧୫୦ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଗଗପତି ଜିଲ୍ଲାରୁ ଆଜି ୧୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୧୫, ବାଲେଶ୍ୱର, ମୟୂରଭଂଜ, ସୁନ୍ଦରଗଡ଼ରୁ ୧୧ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୧୦, ଖୋର୍ଦ୍ଧାରୁ ୮, ଗଂଜାମରୁ ୭, ସୁବର୍ଣ୍ଣପୁରରୁ ୬, ଅନୁଗୁଳ, କଟକରୁ ୫-୫, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ୪-୪, ଭଦ୍ରକ-ନୂଆପଡ଼ାରୁ ୩-୩, ଜଗତସିଂହପୁର, କୋରାପୁଟ, ନବରଂଗପୁର, ପୁରୀରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲ୍‌ରୁ ୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୧୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ad-week
Leave A Reply

Your email address will not be published.