ଛତ୍ରବଜାର ନିକଟରେ ପୋଲ ଭୁଶୁଡ଼ି ଦୁଇ ମୃତ, ଜଣେ ଗୁରୁତର

add-all

କଟକ: କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଛି। ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲଟି ଭୁଶୁଡ଼ି ପଡ଼ିଛି।
ମାଟି ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ବଡ଼ମେଡ଼ିକାଲ୍‌ରେ ଆଇସିୟୁରେ ଭର୍ତ୍ତି କରାଯାଇଛି।
ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।

ଛତ୍ରପୁର ବଜାର ଦେଇ ଯାଇଥିବା ତାଳଦଣ୍ଡା କେନାଲର ପୁନରୁଦ୍ଧାର କାମ୍‌ ଦୀର୍ଘ ଦିନ ଧରି ଚାଲିଥିଲା। ଆଜି ମଧ୍ୟ କାମ ଚାଲିଥିଲା। ତେବେ ସନ୍ଧ୍ୟା ବେଳେ ହଠାତ୍‌ ନିର୍ମାଣାଧୀନ ବ୍ରିଜ୍‌ଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ବ୍ରିଜ୍‌ ତଳେ ଚାପି ହୋଇଯାଇଥିଲେ କିଛି ଲୋକ। ଏହି ଖବର ପ୍ରଚାରିତ ହେବା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଥିଲେ। ତିନି ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମେଡ଼ିକାଲ୍‌ରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ତୃତୀୟ ବ୍ୟକ୍ତିଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିଛି। କିନ୍ତୁ ପୂରା ନାମ ମଗା ଯାଇଛି ବୋଲି ଡିସିପି କହିଛନ୍ତି।

ଖବର ପାଇଁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ଡିସିପି ପ୍ରତୀକ ସିଂ ଓ ସିଏମ୍‌ସି କମିଶନ ଅନନ୍ୟା ଦାସ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଜିଲ୍ଲାପାଳ ଶ୍ରୀ ଚଇନୀ ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା। ଏହାର ତଦନ୍ତ କରାଯିବ। ତଦନ୍ତ କିଏ କରିବ? ସରକାର ନିଷ୍ପତ୍ତି ନେବେ। ଯେଉଁମାନେ ଦାୟୀ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ad-week
Leave A Reply

Your email address will not be published.