ମହିଳା ସଶକ୍ତିକରଣରେ ନ୍ୟାୟିକ କ୍ଷମତାକୁ ଅଗ୍ରାଧିକାର ଦେଵା ବାଞ୍ଛନୀୟ !

add-all

ଛତ୍ରପୁର : ଗଞ୍ଜାମଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ବିଜୁ ଲିଗାଲ ସେଲ୍ ଅବା ବିଜୁ ଆଇନ ସମ୍ମୁଖ୍ୟ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅନୁଷ୍ଠିତ ଏକ ସଭାରେ ବରିଷ୍ଠ ଆଇନଜ୍ଞ ବିଜୟକୃଷ୍ଣ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ନାରୀ ନେତ୍ତୃତ୍ୱ ନେଇ ଏକ ଆଲୋଚନା ହୋଇଥିଲା । ମହିଳା ମାନଙ୍କୁ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରାଧାନ୍ୟ ଦେବା ସାଂଗକୁ ମହିଳାସଶକ୍ତିକରଣ ସହ ମହିଳା ମାନଙ୍କୁ ନ୍ୟାୟିକ କ୍ଷମତା ପ୍ରଦାନରେ ଏବଂ ନ୍ୟାୟ ଓ ଆଇନ ସଚେତନତା ଦିଗରେ ସଂଶ୍ଳିଷ୍ଟ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି ।

ଆଇନଜୀବୀ ଡ଼ଃ.ରାଜେନ୍ଦ୍ର ଦାଶ୍, ବ୍ରଜମୋହନ ଆଚାର୍ଯ୍ୟ, ରାମକୃଷ୍ଣ ଦାଶ୍, ସୁରେଶ ପଣ୍ଡା, ଡୋମିନାଥ ସାହୁ, କିଶୋର ସେନାପତି ପ୍ରମୁଖ ବହୁ ବରିଷ୍ଠ ଆଇନଜୀବୀ ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କମଧ୍ୟରେ ଆଡ଼ଭୋକେଟ ଧର୍ମାରେଡ୍ଡୀ, କାଳିଦାସ, ଅହିଭୂଷଣ ସାହୁ, ରୁଦ୍ରବେହେରା ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଛତ୍ରପୁର ବାର-ଆସୋସିଏସନ ର ସାଧାରଣ ସମ୍ପାଦକ ଏଲ୍.ଗୋପାଳ ଶେଷରେ ଧନ୍ୟବାଦ ଜଣାଇଥିଲେ ।

ad-week
Leave A Reply

Your email address will not be published.