ବିଏମ୍‌ସିକୁ ଛାଡ଼ି ସବୁ କୋଭିଡ ହସ୍ପିଟାଲ ବନ୍ଦ

add-all

ଭୁବନେଶ୍ବର : ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ସବୁ କୋଭିଡ ହସ୍ପିଟାଲକୁ ରାଜ୍ୟ ସରକାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ବୈଷୟିକ କମିଟିର ସୁପାରିସକୁ ବିଚାର କରିବା ପରେ ରାଜ୍ୟ ସରକାର କୋଭିଡ ଚିକିତ୍ସା ଯୋଗାଉଥିବା ସବୁ ଘରୋଇ ହସ୍ପିଟାଲ ସହିତ ବୁଝାମଣା ସମାପ୍ତ କରିଛନ୍ତି। ଚଳିତମାସ ପହିଲାରୁ କୋଭିଡ ହସ୍ପିଟାଲକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।

କିଛି ହସ୍ପିଟାଲରେ ରୋଗୀମାନେ ଚିକିତ୍ସାଧୀନ ଅଛନ୍ତି। ତେବେ ଏସବୁ ହସ୍ପିଟାଲଗୁଡ଼ିକରେ ଥିବା ରୋଗୀ ଡିସଚାର୍ଜ ହେବା ପର୍ଯ୍ୟନ୍ତ ସେମାନଙ୍କ ଚିକିତ୍ସା ଚାଲିବ। ଚିକିତ୍ସା ବାବଦ ବିଲ୍‌କୁ ରାଜ୍ୟ ସରକାର ଯୋଗାଇଦେବେ। ବିଏମ୍‌ସି ଅଞ୍ଚଳରେ ନିଗମ କମିସନର ସର୍ବନିମ୍ନ ଶଯ୍ୟା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶଯ୍ୟା ସଂଖ୍ୟା ସ୍ଥିର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ad-week
Leave A Reply

Your email address will not be published.