ଭଦ୍ରକରେ ନିର୍ବାଚନୀ ପରବର୍ତ୍ତୀ ହିଂସା

ଭଦ୍ରକ: ପଞ୍ଚାୟତ ନିର୍ବାଚନ ପରେ ବି ଥମୁନି ହିଂସା। ଭଦ୍ରକ ଜିଲ୍ଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଭଦ୍ରକ ବ୍ଲକ୍ ଅଧିନ କୋଦାରପୁର ପଞ୍ଚାୟତ ଅନ୍ତର୍ଗତ ଜିତାନଗା ଛକରେ ଭୁଜାଲି ଚୋଟ୍‌ରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣଙ୍କ ହେଲେ ସେରପୁର ଅଞ୍ଚଳର ବାବୁରାମ ଗାରିଡି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ବାବୁରାମ ଜିତାନଗା ଛକରେ ଥିବା ନିଜ ଦୋକାନ ଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ଦୋକାନରେ ପଶି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ବାବୁରାମଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ବାବୁରାମଙ୍କ ଦୋକାନରୁ ଦୁର୍ବୃତ୍ତମାନେ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଏନେଇ ବାବୁରାମ ସାବରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.