ଚନ୍ଦନଗଛକୁ କାଟି ନେବାବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଲେ : ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ଗିରଫ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲାରେ ଏବେ ଗଞ୍ଜେଇ ଭଳି ଚନ୍ଦନ କାଠ ଚୋରା ବେପାରୀ ମାତିଛନ୍ତି, ଜଙ୍ଗଲ ମାନଙ୍କ ରେ ଥିବା ପ୍ରାୟ ଚନ୍ଦନ ଗଛ କାଟି ସଫା କରୁଥିବାବେଳେ ବିଭିନ୍ନ ସରକାରୀ, ବେସରକାରୀ ବାସ ଭବନ ତଥା ଅନୁଷ୍ଠାନ ମାନଙ୍କରେ ଲଗା ଯାଇଥିବା ଚନ୍ଦନ ଗଛ କାଟି ତାକୁ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି | ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ,ନୁଆଗାଁ ବ୍ଲକ ସାରଙ୍ଗଡ ଥାନା ଗାନ୍ଧ୍ରିଗାଁ ପଞ୍ଚାୟତର ଡକମ୍ବା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁ ଚାରି ଜଣ ଚନ୍ଦନ ତସ୍କର ଗଛକୁ କାଟି ନେଇ ଯିବାକୁ ବସିଥିବା ବେଳେ ଗ୍ରାମବାସୀ ତାଙ୍କୁ କାବୁ କରିନେଇଥିଲେ | ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମରକ୍ଷୀ ସାରଙ୍ଗଡ ଥାନା କୁ ଜଣାଇଥିଲେ , ଖବର ପାଇ ସାରଙ୍ଗଡ ଥାନା ଅଧିକାରୀ ବଧୁଲିକା ବିଶ୍ବାଳ , ଅତିରିକ୍ତ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ଗୌଡ଼ , ଏଏସଆଇ ଜି.ଗଣପତି ରେଡ଼ି, କେଶବ ଭଦ୍ରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କଟା ହୋଇଥିବା ଚନ୍ଦନ କାଠ ଓ ବ୍ୟବହୃତ ଗୋଟିଏ ବାଇକ୍ ଜବତ କରିଛି, ଏଥିରେ ସମ୍ପୃକ୍ତ ଥିବା ରାଇକିଆ ଥାନା ସିସାପାଙ୍ଗା ଗ୍ରାମ ର ଅଭୟ ଦିଗାଲ (୨୧) ଜଗନ ପ୍ରଧାନ ( ୨୨)ଓ ଲାମ୍ବୁଙ୍ଗିଆ ଗ୍ରାମ ର ନାରାୟଣ ପ୍ରଧାନ ( ୩୭) ଆଦିତ୍ୟ ନାଏକ ଙ୍କୁ ପୁଲିସ ଗିରଫ କରିଛି l ପୂର୍ବରୁ ଏହି ତସ୍କର ମାନେ ତପବନ ଆଶ୍ରମ ଏବଂ ବିଭିନ୍ନ ସ୍ଥାନରୁ ପ୍ରାୟ ୧୦୮ ଖଣ୍ଡ ଚୋରି କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି,କଟା ହୋଇଥିବା ଚନ୍ଦନ କାଠ ର ଆନୁମାନିକ ମୁଲ୍ୟ ୫୦,୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି,ଏ ସଂକ୍ରାନ୍ତରେ ସାରଙ୍ଗଡ ଥାନା ରେ ଆଇପିସି ଧାରା ୩୭୯,୩୪, ଅନୁସାରେ ୨୪/୨୨ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଚନା ଦେଇଛନ୍ତି।

ad-week
Leave A Reply

Your email address will not be published.