ପିତାତଳି ନିର୍ବାଚନୀ ମାମଲାରେ ୮ ଗିରଫ

add-all


ଚିକିଟି : ଏହି ବ୍ଲକ ଗଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ନିର୍ବାଚନି ଗଣ୍ଡଗୋଳ ମାମଲାରେ ଗଳନ୍ଥରା ପୋଲିସ ଆଜି ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାର ପିଟ,ଗଣ୍ଡଗୋଳ ଏବଂ ବୋମା ମାଡ଼ ଘଟଣା କୁ ନେଇ ଥାନାରେ ଅଭିଯୋଗ ସାଙ୍ଗକୁ ଏତଲା ଦିଆଯାଇଥିଲା।ଏତଲା କୁ ଭିତ୍ତିକରି ପୋଲିସ ଅନୁସନ୍ଧାନକରିବା ସହ କେସ ନଂ୮୨/୨୨ରେ ପୂର୍ବରୁ୫ ଜଣକୁ ଗିରିଫ କରିଥିବା ବେଳେ ଆଜି ୮୩/୨୨ ରେ ଏସ ଅର୍ଜୁନ, ଏସ ବାଳକୃଷ୍ଣ, ଏସ କାଂକେୟା, ଏସ ଭିମା,ଏସ ଜଗନ୍ନାଥ, କେ ସମେଶୁ,ପି ଋଷି ଏବଂ୯୧/୨୨ ରେ ଯୁଧିଷ୍ଠିର ସେଠୀ ସମେତ ୮ଜଣଙ୍କୁ ଗିରଫ କରିଛି ପୋଲିସ।

ad-week
Leave A Reply

Your email address will not be published.