ପୁଇଁତୋଳାରେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଝୁଲି ପାତ୍ର

add-all

ଗଞ୍ଜାମ: ଗଞ୍ଜାମ ପୌରାଞ୍ଚଳରେ ବିଜେଡି ପ୍ରଚାରରେ ଆଗୁଆ ରହିଥିବା ଜଣାପଡିଛି l ଗୁରୁବାର ପୁଇଁତୋଳା ୱାର୍ଡ ନ ୮ ରେ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀନୀ ଝୁଲି ପାତ୍ର ଓ ୱାର୍ଡ ନ ୮ କାଉନ୍ସିଲର ପ୍ରାର୍ଥୀନୀ ମହାଲକ୍ଷ୍ମୀ ନାୟକ ଓ ବହୁ ସମର୍ଥକଙ୍କୁ ସାଥିରେ ଧରି ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକଙ୍କୁ କହି ନିଜ ସପକ୍ଷରେ ଶଙ୍ଖ ଚି଼ହ୍ନରେ ଭୋଟ ଦେବା ପାଇଁ ନେବେଦନ କରୁଛନ୍ତି l ପୌର ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି ଏନଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଯୁବ ସଂଗଠକ ତଥା ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ,ପୂର୍ବତନ ଏନଏସି ଅଧକ୍ଷା ଉର୍ମିଳା ପଲାଇ, ପୂର୍ବତନ ଏନଏସି ଉପାଧ୍ୟାକ୍ଷ ନୀଳାଞ୍ଚଳ ବାରିକି, ଅଜୟ ବାରିକି, ଆଇନଜୀବୀ ପଙ୍କଜ କୁମାର ବାରିକି, ଶିବରାମ ଜେନା, ପୂର୍ବତନ ଏମପି ପ୍ରତିନିଧି ସୁଦାମ ଚରଣ ପଲାଇ,ସୀମାଞ୍ଚଳ ସାହୁ ମନୋଜ ପଣ୍ଡା, ବିଜେଡି ଏନଏସି କୋଷାଧକ୍ଷ ମନୋଜ ପ୍ରଧାନ ପ୍ରମୁଖ ପ୍ରଚାର ରେ ସାମିଲ ରହିଛନ୍ତି l

ad-week
Leave A Reply

Your email address will not be published.