ନନ୍ଦନକାନନରେ ଧଳା ବାଘୁଣୀ ରୁପା ଜନ୍ମ କଲା ପ୍ରଥମ ଶାବକ

add-all

ବାରଙ୍ଗ: ନନ୍ଦନକାନନରେ ଧଳା ବାଘୁଣୀ ରୁପା ଶୁକ୍ରବାର ସକାଳେ ତାର ପ୍ରଥମ ଶାବକ ଜନ୍ମ ଦେଇଛି। ବାଘ ଶାବକର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଏବେ ସ୍ବତନ୍ତ୍ର ଖୁଆଡରେ ଥିବା ସିସିଟିଭରେ ନଜର ରଖାଯାଇଛି। ଶାବକ ଛୁଆ ଜନ୍ମ ହେବା ପରେ ପ୍ରାଣୀ ଉଦ୍ୟାନରେ ବାଘସଂଖ୍ୟା ବୃଦ୍ଧି ପାଇଛି।
ବର୍ତ୍ତମାନ ସୁଦ୍ଧା ଗୋଟିଏ ଶାବକ ଜନ୍ମ ହୋଇଥିବା ବେଳେ ପ୍ରସବ ପ୍ରକ୍ରିୟା ଜାରି ରହିଛି ।

ପ୍ରସବ ପ୍ରକ୍ରିୟା ଜାରି ରହିଥିବାରୁ ଆଜି ମଧ୍ୟାହ୍ନ ସୁଦ୍ଧା ଆଉ ଅଧିକ ଶାବକ ଜନ୍ମ ହେବାର ସମ୍ଭାବନା ରହିଛି । ସିସିଟିଭି ଫୁଟେଜ ଦେଖି ରୁପାର ପ୍ରସବ ପ୍ରକିୟା ଉପରେ କତ୍ତୃପକ୍ଷ ନଜର ରଖିଛନ୍ତି ।

ad-week
Leave A Reply

Your email address will not be published.