ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

add-all

ଭୁବନେଶ୍ବର: ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ। ଏଥିପାଇଁ ପ୍ରାୟ ୧୦୦ ପ୍ରଶ୍ନ ପ୍ରସ୍ତୁତ। ଏନେଇ ରମେଶ ସ୍ୱାଇଁ ସହମତି ପ୍ରକାଶ କରିଛି। ପିଙ୍କ୍‌ ଟିମ୍‌ ପକ୍ଷରୁ ଏନେଇ କୋର୍ଟରେ ଆବେଦନ ହୋଇଥିଲା ।

ଆସନ୍ତା ସପ୍ତାହରେ ରମେଶର ଷ୍ଟେଟ୍‌ ଫୋରେନସିକ୍‌ ଲ୍ୟାବ୍‌ରେ ହେବ ପଲିଗ୍ରାଫ ଟେଷ୍ଟ। ରମେଶ ରିମାଣ୍ଡ ସମୟରେ ଭୁଲ୍‌ ତଥ୍ୟ ଦେଉଥିବା ଓ ତଦନ୍ତରେ ସହଯୋଗ କରୁନଥିବାରୁ ପଲିଗ୍ରାଫ ଟେଷ୍ଟ ହେବ।

ସୂଚନା ଥାଉକି, ରଙ୍ଗିଲା ନକଲି ଡାକ୍ତର ରମେଶ ସ୍ୱାଇଁର ଇମୋସନାଲ ଡ୍ରାମା ନିକଟରେ ଦେଖିବାକୁ ମିଳିଥିଲା। ମହିଳାଙ୍କୁ ପ୍ରେମ ଜାଲରେ ଫସାଇବାକୁ କରୁଥିଲା ଛଳନା। କେତେବେଳେ ଅସୁସ୍ଥତାର ବାହାନା କରି ସାଲାଇନ ଲଗାଇ ଫଟୋ ଉଠାଇ ମହିଳାଙ୍କୁ ପଠାଉଥିଲା ତ ଆଉ କେତେବେଳେ କାନ୍ଦିବାର ଭିଡିଓ ପଠାଉଥିଲା। ଆଉ ଏକ ଭିଡିଓରେ ରଥଯାତ୍ରା ବେଳେ ରଥ ଟାଣୁଥିବା ଦେଖାଯାଇଥିଲା। ଏଭଳି ଅନେକ ଭିଡିଓ ଓ ଫଟୋ କମିସନରେଟ ପୋଲିସ ହାତରେ ଲାଗିଛି।

ଏହାକୁ ନେଇ ପୋଲିସ ତଦନ୍ତ କରୁଛି। ୫ଦିନିଆ ରିମାଣ୍ଡରେ ନେଇ ଠକାମୀର ଚେର ଖୋଜିଛି ପୋଲିସ। ରମେଶର ଦ୍ୱିତୀୟ ପତ୍ନୀ, ଭିଣୋଇ ଓ ଡ୍ରାଇଭର ଏବେ ବି ଫେରାର ଅଛନ୍ତି।

ad-week
Leave A Reply

Your email address will not be published.