ଫିନାଇଲ୍‍ ମିଶା ଖାଦ୍ୟ ଖାଇ ୧୦ ରୁ ଅଧିକ କଲେଜ ଛାତ୍ର ଅସୁସ୍ଥ

add-all

ବାଲେଶ୍ୱର : ମେସ୍‍ ରେ ଫିନାଇଲ୍‍ ମିଶା ଖାଦ୍ୟ ଖାଇ କଲେଜ ଛାତ୍ର ଅସୁସ୍ଥ।ଏଭଳି ଘଟଣା ଆଜି ବାଲେଶ୍ୱର ଜିଲାରେ ଘଟିଛି ।

ରୁପସାରେ ଥିବା ଏକ ଘରୋଇ କଲେଜର ମେସରେ ଫିନାଇଲ ମିଶା ଖାଦ୍ୟ ଖାଇ ୧୦ରୁ ଅଧିକ ଛାତ୍ର ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରୋଷେଇ ବେଳେ ତରକାରୀରେ ଫିନାଇଲ ମିଶି ଯିବାରୁ ଏହି ଅଘଟଣ ଘଟିଛି। ପାଚିକା ତରକାରୀରେ ଭୁଲରେ ଫିନାଇଲ ମିଶାଇ ଦେଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ad-week
Leave A Reply

Your email address will not be published.