ବିଜେଡିର ପୌରାଧ୍ୟକ୍ଷ ପ୍ରାର୍ଥିନୀ ପୁନମ କଁହରଙ୍କ ପ୍ରଚାର ଆରମ୍ଭ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌର ପାଳିକା ପାଇଁ ନାମାଙ୍କନ ଯାଞ୍ଚ ଶେଷ ହେବା ପରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ସମୟ ରହିଛି । ତେବେ ଏ ସମୟରେ ବିଜେଡିର ପୁନମ କଁହର ପୋୖରାଧ୍ୟକ୍ଷ ପ୍ରାର୍ଥୀନୀ ଭାବରେ ନାମାଙ୍କନ ପତ୍ର ଦାଖଲ ଦିନହିଁ କୋର୍ଟ ଛକ ନିକଟରେ ଥିବା ସବୁ ଦଳର କର୍ମୀଙ୍କ ସମେତ ବରିଷ୍ଠ ମାନଙ୍କ ଠାରୁ ଆଶୀର୍ବାଦ ନେଇ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସହ ପ୍ରଚାର ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା ।

ପୁନମ ଫୁଲବାଣୀ ସହରର ପ୍ରଥମ ପ୍ରଚାର ୧ ନଂ ୱାର୍ଡ ଠାରୁ କାଉନସିଲର ପ୍ରାର୍ଥୀ ମୃତ୍ୟୁଞ୍ଜୟ ପେରା (ବାବୁ ଯାନ)ଙ୍କ ସହ ବହୁ ଦଳୀୟ କର୍ମୀଙ୍କୁ ନେଇ ଆରମ୍ଭ କରିଛନ୍ତି।କହିବାକୁ ଗଲେ ବିଜେଡି ଏ ଦିଗରେ ଏକଦମ୍ ଆଗୁଆ ରହିଛି।୧ନଂ ୱାର୍ଡ କଂଗ୍ରେସର ଭୋଟ ବ୍ୟାଙ୍କ ହୋଇ ଆଜକୁ ଦୁଇ ଥର ହେଲା ଜିତି ଆସୁଥିବା ବେଳେ ବିଜେଡ଼ିର ପୁନମ କଁହରଙ୍କ ପ୍ରଚାର ପରେ ଏକ ନଂ ୱାର୍ଡରେ କିଛିଟା ପ୍ରଭାବ ପଡିଥିବାର ଚର୍ଚ୍ଚାକୁ ଆସିଛି। ବିଜେଡି ତାର ଦଳୀୟ ନେତାଙ୍କୁ ପ୍ରତି ୱାର୍ଡକୁ ବିଭିନ୍ନ ଦାୟିତ୍ବ ଦିଆଯିବା ସହ ପ୍ରଚାର ପାଇଁ ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀଙ୍କ ଗୁରୁ ମନ୍ତ୍ର ନେଇ ଆଗକୁ ବଢିଛନ୍ତି ସମସ୍ତ କର୍ମୀ। ୱାର୍ଡ ମେମ୍ବର ପ୍ରାର୍ଥୀ ୧ନଂ ୱାର୍ଡରୁ ପ୍ରଚାର ଆରମ୍ଭ କରିଛନ୍ତି । ଦଳୀୟ କାଉନସିଲର୍ ପ୍ରାର୍ଥୀଙ୍କୁ ନେଇ ଘରକୁ ଘର ଭୋଟରଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି। ସେହିପରି ବିଜେପି ମଧ୍ୟ ବଜାର ଅଞ୍ଚଳରୁ ପ୍ରଥମେ ପ୍ରଚାର କରିଛନ୍ତି ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ସ୍ମିତାରାଣୀ ମହାନ୍ତି ତାଙ୍କ ଦଳୀୟ ସମର୍ଥକଙ୍କୁ ନେଇ ଦୋକାନକୁ ଦୋକାନ ବୁଲି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି।କଂଗ୍ରେସ ମଧ୍ୟ ତାର ପ୍ରଚାର ଆରମ୍ଭ କରିଛି। ଏପରି ସ୍ଥଳେ ସମସ୍ତଙ୍କ ୧ନଂ ୱାର୍ଡ ଉପରେ ନଜର ରହିଛି।

ad-week
Leave A Reply

Your email address will not be published.