

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା
ପଦବୀ ନିର୍ବାଚନ ଆଜି ପଞ୍ଚାୟତ ଭବନ ଠାରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଗଠନ କରିବା ପାଇଁ ସ୍ଥିର କରାଯାଇ ଥିଲା।ଆଜି ସକାଳେ ବାଲିଗୁଡା ବ୍ଲକ ୧୫ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ନନ୍ଦିନୀ ମଲ୍ଲୀକ ନାମାଙ୍କନ ପତ୍ର ଦାଖଲ କାଲିଥିଲେ। ଚଳିତ ତ୍ରି ସ୍ଥରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ସମୁଦାୟ ୧୮ଟିଯୋନରୁ ୧୩ ଟିରେ ଜିଲ୍ଲା ପରିଷଦ ସଭ୍ୟ ଆସନ ହାତେଇ ଥିବାବେଳେ ୩ଟି କଂଗ୍ରେସ ଓ ୨ଟିରେ ବିଜେପି ଆସନ ହାତେଇ ଥିଲା । ବିଜେଡି ପକ୍ଷରୁ ୩ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମ ଚର୍ଚ୍ଚାକୁ ଆସୁଥିବା ବେଳେ ଆଜି ନନ୍ଦିନୀ ମଲ୍ଲୀକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀ ହାତେଇଛନ୍ତି।ଏନେଇ ଖଜୁରିପଡା ବ୍ଲକ ଚେୟାରମ୍ୟାନ ଅନିମା କଁହରଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ମାନେ ଶୁଭେଚ୍ଛା ଜଣାଇଛନ୍ତି ।ମନ୍ତ୍ରୀ ପ୍ରତାପ ଜେନା,ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, କନ୍ଧମାଳ ଜିଲ୍ଲାପାଳ ଡା ବୃନ୍ଦା ଡି ଙ୍କ ଉପସ୍ଥିତିରେ ଘୋଷଣା କରାଯାଇଥିଲା।ଘୋଷଣା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର, ବାଲିଗୁଡା ବିଧାୟକ ଚକ୍ରମଣି କଁହର,ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବ୍ଲକ ସଭାପତି ଟୁନା ଦାଶ ପ୍ରମୂଖ ଉପସ୍ଥିତ ଥିଲେ।