ଭିସନ୍ସ ପକ୍ଷରୁ ଗ୍ଳକୋମା ଦିବସ ପାଳନ…

add-all


ଚିକିଟି : ଚିକିଟି ବ୍ଳକ ଅନ୍ତର୍ଗତ କତୁରୁ ଗ୍ରାମରେ କାର୍ଯ୍ୟରତ ବେସରକାରୀ ସେବା ସଂସ୍ଥା ଭିସନ୍ସ ପକ୍ଷରୁ  ଗ୍ଳକୋମା ଦିବସ ପାଳନ ସହ ଚକ୍ଷୁ ଚିକିତ୍ସା ଶିବିର ପଞ୍ଚାୟତ କାର୍ଯ୍ୟଳୟ ସଭାଗୃହରେ ଅନୁଷ୍ଠିତ ହୋଇଛି  ଭିସନ୍ସ ପକ୍ଷରୁ ନିମନ୍ତ୍ରଣ ରକ୍ଷା କରି ଓଡ଼ିଶା ସରାକାରଙ୍କ ଜନସ୍ବାସ୍ଥ୍ୟ ଚକ୍ଷୁ ବିଭାଗ ତରଫରୁ ଚକ୍ଷୁ ରୋଗ ନିଦାନ କରାଯାଇଥିଲା  ଭିସନ୍ସ ପକ୍ଷରୁ ସଭାପତି ଅଜୟ ବେହେରା ଓ ସଂପାଦକ ସନ୍ତୋଷ କୁମାର ବେହେରା ଫୁଲତୋଡ଼ା ଦେଇ ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ଅଙ୍କିତା ମହାପାତ୍ର ଏବଂ ତାଙ୍କ ସହଯୋଗୀଙ୍କୁ ସ୍ବାଗତ କରିଥିଲେ  ଅାୟୋଜିତ ସଭାରେ ଡ଼ାକ୍ତର ଅଙ୍କିତା ଚକ୍ଷୁ ରୋଗ ନିଦାନର ଅାବଶ୍ୟକତା ସଂର୍ପକରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ବୁଝାଇଥିଲେ  ଅନୁଷ୍ଠିତ ଚକ୍ଷୁ ଚିକିତ୍ସା ଶିବିରରେ କତୁରୁ ପଞ୍ଚାୟତ ଅନ୍ତର୍ଗତ ଅଲାଡ଼ିପୁର, ଚନ୍ଦନ ବାଡ଼, ଦୟାନିଧି ପେଣ୍ଠ, କତୁରୁ ଗ୍ରାମର ପ୍ରାୟ 40 ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଅାବଶ୍ୟକୀୟ ଔଷଧ ବଣ୍ଟନ କରାଯାଇଥିଲା  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଏବ ସରପଞ୍ଚ ଘନଶ୍ୟାମ ବେହେରା, ସମ୍ମାନିତ ଅତିଥି ଭାବେ ଲେଖନୀର ଅଗ୍ନିଶିଖା ସଂପାଦକ କୃଷ୍ଣ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ  ଚକ୍ଷୁ ଚିକିତ୍ସା ଶିବିରକୁ ବିଭାଗୀୟ ଡ଼ାକ୍ତରଙ୍କ ସହ ପରିଚାଳନା ବୃନ୍ଦାବନ ଦଳାଇ ସହଯୋଗ କରିଥିଲେ  ସଂଗଠନର ସଭ୍ୟ  ସୁଦାମ ସାହୁ, ମହେନ୍ଦ୍ର ବେହେରା, ବିନୋଦ ବେହେରା, ଶିବପ୍ରସାଦ ବେହେରା, ନୀଳ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା ସହ କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ କରିବାରେ ସହଯୋଗ କରିଥିଲେ 

ad-week
Leave A Reply

Your email address will not be published.